କନକ ବ୍ୟୁରୋ: ଅନୁଗୁଳ ଆଠମଲ୍ଲିକରେ ମହିଳାଙ୍କୁ ନିର୍ଯାତନା ଘଟଣାରେ ପୁଲିସ ୪୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ମହିଳାଙ୍କ ଶାଶୁ, ଶଶ୍ୱୂର ଓ ଶଶ୍ୱୁରଙ୍କ ବଡଭାଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ମହିଳା ଜଣଙ୍କୁ ନିର୍ଯ୍ୟାତନା ଦିଆଯିବା ସହ ତାଙ୍କର ସଂପକୀୟ ଅପାଙ୍କ ପୁଅ ସହ ଜବରଦସ୍ତ ବିବାହ କରିଦେଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ, ଗତ ରବିବାର ତାଙ୍କ ସଂପକୀୟ ଅପାଙ୍କ ପୁଅ ସେହି ଅଂଚଳକୁ ବ୍ୟବସାୟ ପାଇଁ ଆସିଥିଲେ । କିନ୍ତୁ ରାତି ହୋଇଯିବାରୁ ଫେରିନପାରିବାରୁ ତାଙ୍କ ଘରେ ରହିଥିଲେ । ସେ ଯୁବକଙ୍କୁ ଖାଇବାକୁ ଦେଉଥିବା ସମୟରେ ଶଶ୍ୱୁର ବାହାରୁ ଘରର କବାଟ ବନ୍ଦ କରି ଦେଇଥିଲେ । ଯେତେ ଡାକିଲେ ବି ଶୁଣିନଥିଲେ ।

Advertisment

୩ ଘଂଟା ପରେ ଅନ୍ୟମାନଙ୍କ ସହାୟତାରେ ଯୁବକଙ୍କଚ ବାନ୍ଧି ମାଡ ମାରିବା ସହ ତାଙ୍କୁ ମଧ୍ୟ ଆକ୍ରମଣ କରିଥଲେ । ପୂର୍ବରୁ ଯୌତୁକ ନିର୍ଯାତନା ଦେଉଥିବା ବେଳେ ଏବେ ମିଛରେ ପରକୀୟା ପ୍ରୀତି ନାଁରେ ତାଙ୍କୁ ନିର୍ଯାତନା ଦେବା ସହ ଯୁବକଙ୍କ ସହ ଜବରଦସ୍ତ ବିବାହ କରିଦେଇଥିବା ଅଭିଯୋଗ କରିଛନ୍ତି । ଗତ ରବିବାର ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ଘର ଭିତରେ ଦେଖିବା ପରେ ଅତ୍ୟାଚାରର ସବୁ ସୀମା ଟପିଯାଇଥିଲେ ଗ୍ରାମବାସୀ । ମହିଳାଙ୍କୁ ମାଡ ମାରିବା ସହ ଯୁବକଙ୍କୁ ବାନ୍ଧି ବାଡେଇବା ପରେ ଗାଁରେ କଙ୍ଗାରୁ କୋର୍ଟ ବସାଇ ଉଭୟଙ୍କ ଜବରଦସ୍ତ ବିବାହ କରିବାର ଚିତ୍ର କ୍ୟାମେରାରେ କଏଦ ହୋଇଥିଲା । ଆଉ ଏହି ସମୟରେ ସେହି ମହିଳା ଓ ଯୁବକର ଅସହାୟତାକୁ ସାରା ଗାଁ ଉପଭୋଗ କରୁଥିଲେ ।