ପିଲାଙ୍କୁ ଶିକ୍ଷିତ କରିବାକୁ ଅଣ୍ଟା ଭିଡିଲେ କଇଁତା। ଘରଘର ବୁଲି ପଢାଉଛନ୍ତି ପାଠ ।

82

କନକ ବ୍ୟୁରୋ: କରୋନା ଯୋଗୁଁ ବନ୍ଦ ରହିଛି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା । ଏହାରି ଭିତରେ ପିଲାମାନେ କିପରି ପାଠ ପଢିବେ ସେଥିପାଇଁ ପ୍ରୟାସ କରିଛନ୍ତି ଜଶେ ଶିକ୍ଷିତା ଯୁବତୀ । ଫୁଲବାଣୀ ଲାହାବାଡି ଗାଁର କଇଁତା ଦିଗାଲ ପିଲାଙ୍କୁ ପାଠ ପଢାଇବା ପାଇଁ ଆଗକୁ ଆସିଛନ୍ତି । ଘର ଘର ବୁଲି ପିଲାଙ୍କୁ ଏକାଠି କରୁଛନ୍ତି । ବାପା ମାଆଙ୍କୁ ବୁଝାଇ ପିଲାମାନଙ୍କୁ ସ୍କୁଲକୁ ନେଇ ଯାଉଛନ୍ତି । ଦିନ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ ଭଳି ବିଦ୍ୟାଳୟ ବାରଣ୍ଡାରେ ପାଠ ପଢାଉଛନ୍ତି । ଗାଁର ପ୍ରାୟ ୨୦ ଜଣ ପିଲାଙ୍କୁ ସ୍କୁଲ ବାରଣ୍ଡାରେ ପାଠ ପଢାଉଛନ୍ତି କଇଁତା ଦିଗାଲ । ତାହା ପୁଣି ବିନା ପାରିଶ୍ରମିକରେ । କରୋନା କଟକଣା ମାନି ପ୍ରଥମେ ସାନିଟାଇଜ୍ କରିବା ପରେ ପାଠ ପଢା ଆରମ୍ଭ କରୁଛନ୍ତି । ଆଗରୁ ଅମଙ୍ଗ ହେଉଥିବା ଏବେ କିନ୍ତୁ ପିଲାଙ୍କ ପାଠ ପଢାକୁ ନେଇ ବେଶ ଖୁସି । କଇଁତା ଦିଗାଲଙ୍କ ଏପରି ଉଦ୍ୟମକୁ ସ୍ଥାନୀୟ ଲୋକେ ବେଶ୍ ପ୍ରଶଂସା କରିଛନ୍ତି । କଇଁତାଙ୍କ ପାଇଁ ତାଙ୍କ ଗାଁ ଗର୍ବିତ ବୋଲି କହିଛନ୍ତି ଗ୍ରାମବାସୀ ।