ପୋଲିସ ହେପାଜତରୁ କେମିତି ଖସିଗଲେ ଗୋବିନ୍ଦ ସାହୁ, ବଢ଼ୁଛି ସନ୍ଦେହ : ପାୱାର କରିଡରରେ ଥିଲା ପତିଆରା

ଶାସକ ଦଳର ନେତା ଓ ମନ୍ତ୍ରୀଙ୍କ ସହ ଥିଲା ସୁସମ୍ପର୍କ; କଲେଜ କାର୍ଯ୍ୟକ୍ରମକୁ ଆସୁଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

148

କନକ ବ୍ୟୁରୋ : ମମିତା ମେହେର ନିଖୋଜ ମାମଲାରେ ଘରୋଇ ସ୍କୁଲ ମାଲିକ ଗୋବିନ୍ଦ ସାହୁ ଫେରାର ହେବା ପରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ଗୋବିନ୍ଦ ସାହୁ ସବୁ ସମୟରେ ପାୱାର କରିଡରରେ ଥିବା ବ୍ୟକ୍ତିଙ୍କ ସହ ମିଳାମିଶା କରୁଥିଲେ । ଅଫିସର ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ଥିଲା ମିଳାମିଶା । କଲେଜ ଓ ସ୍କୁଲ କାର୍ଯ୍ୟକ୍ରମ ଗୁଡିକୁ ଆସୁଥିଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ।

ଏପରିକି ମନ୍ତ୍ରୀମାନେ ହେଲିକପ୍ଟରରେ ଯାଇ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେଉଥିବା କଥା ସାମ୍ନାକୁ ଆସୁଛି । ଏପରିକି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଦମଦାର ବକ୍ତବ୍ୟ ବି ରଖୁଥିଲେ । ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦ ସାହୁ ଘନିଷ୍ଠତା ଥିଲା । ପୂର୍ବର କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସ୍କୁଲ ମାଲିକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । କେବଳ ଏତିକି ନୁହେଁ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ସ୍କୁଲ ଓ କଲେଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସୂଚନା ମିଳିଛି । ଏହାସହ ସେ ଆହୁରୀ ବଡବଡିଆ ଲୋକଙ୍କ ସହ ବି ସମ୍ପର୍କରେ ରହିଥିଲେ ।