ସ୍କୁଲ ପାଖ ଷ୍ଟାଡ଼ିୟମକୁ ପୁଲିସ ସିଲ କଲା ପରେ ବଢ଼ିଲା ସନ୍ଦେହ : ମମିତାଙ୍କୁ ମାରି ମାଟି ତଳେ ପୋତି ଦିଆଯାଇଛି କି ?

ଜେସିବିରେ ଚାଲିଛି ମାଟି ଖୋଳା କାମ; ମାଜିଷ୍ଟ୍ରେଟଙ୍କ ସହ ୧୦୦ରୁ ଅଧିକ ପୁଲିସ ମୁତୟନ

270

କନକ ବ୍ୟୁରୋ : ମହାଲିଙ୍ଗ ସନସାଇନ ସ୍କୁଲ ପାଖ ଷ୍ଟାଡ଼ିୟମ ହେଲା ସିଲ । ଆଜି ସକାଳର ଏହି ବଡ଼ ହଲଚଲ, ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ନେଇ ସନ୍ଦେହ ବଢ଼ାଇ ଦେଇଛି । କାରଣ ଗତ ୮ ତାରିଖରୁ ନିଖୋଜ ଅଛନ୍ତି ଅଧ୍ୟକ୍ଷା ମମିତା ମେହେର । ଷ୍ଟାଡ଼ିୟମ ପରିସରରେ ମାଟି ଖୋଳିବା ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ଷ୍ଟାଡ଼ିୟମର ଦକ୍ଷିଣ ପୂର୍ବ କୋଣରେ ମାଟି ଖୋଳା କାମ ଆରମ୍ଭ ହୋଇଛି ।  ସ୍କୁଲ ପରିସରରେ ମାଜିଷ୍ଟ୍ରେଟଙ୍କ  ସହ ୨ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ଅଛନ୍ତି । ମମିତା ମେହେରଙ୍କୁ ମାରି ମାଟିରେ ପୋତି ଦିଆଯାଇଥାଇ ପାରେ ବୋଲି ସନ୍ଦେହ ବଢ଼ିବାରେ ଲାଗିଛି । ଏପଟେ ପରିବାର ଲୋକଙ୍କୁ ମଧ୍ୟ ଷ୍ଟାଡ଼ିୟମ ନିକଟରେ ପହଂଚିବାକୁ ସୂଚନା ଦିଆଯାଇଛି ।

– ୮ ତାରିଖରେ ଜରୁରୀ କାଗଜପତ୍ର ଧରି ସ୍କୁଲକୁ ଆସିବା ପାଇଁ ମମିତାଙ୍କୁ କହିଥିଲେ ମାଲିକ ଗୋବିନ୍ଦ ସାହୁ
– ୧୨ ତାରିଖରେ ଝିଅ ନିଖୋଜ ନେଇ କେ ଗାଁ ଥାନାରେ ଅଭିଯୋଗ କରିଥିଲେ ମମିତାଙ୍କ ପରିବାର
– ଅପହରଣ ପଛରେ ଗୋବିନ୍ଦଙ୍କ ହାତ ଥିବା ସନ୍ଦେହ କରି ୧୪ ତାରିଖରେ ଉଠାଇ ଆଣିଥିଲା ପୋଲିସ
– ୧୭ ତାରିଖ ଯାଏଁ ଟିିଟିଲାଗଡ ଥାନାରେ ଥିଲେ ମହାଲିଙ୍ଗ ସନସାଇନ୍ ସ୍କୁଲର ମାଲିକ ଗୋବିନ୍ଦ ସାହୁ
– ୧୭ ତାରିଖ ହଠାତ୍ ସକାଳୁ ଖବର ଆସିଲା ଥାନାରୁ ଚମ୍ପଟ ମାରିଛନ୍ତି ଅଭିଯୁକ୍ତ ଗୋବିନ୍ଦ ସାହୁ
– ସୋମବାର ଏହି ଖବରକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ ଜୋରଦାର ଆକ୍ରମଣ କଲେ ବିରୋଧୀ
– ଆଜି ସକାଳୁ ଖବର ଆସିଲା ସନସାଇନ୍ ସ୍କୁଲ ନିକଟ ଷ୍ଟାଡିୟମକୁ ସିଲ୍ କରି ମାଟି ଖୋଳୁଛି ପୋଲିସ