ବର୍ଷକର ଶିଶୁ ପୁତ୍ରକୁ ଧରି ପ୍ରେମିକ ଘର ଆଗରେ ମହିଳାଙ୍କ ଧାରଣା । ସ୍ତ୍ରୀର ହକ୍ ନମିଳିବା ଯାଏଁ ନହଟିବାକୁ ଚେତାବନୀ

Advertisment
ବର୍ଷକର ଶିଶୁ ପୁତ୍ରକୁ ଧରି ପ୍ରେମିକ ଘର ଆଗରେ ମହିଳାଙ୍କ ଧାରଣା । ସ୍ତ୍ରୀର ହକ୍ ନମିଳିବା ଯାଏଁ ନହଟିବାକୁ ଚେତାବନୀ

କନକ ବ୍ୟୁରୋ: କଅଁଳା ଶିଶୁପୁତ୍ରକୁ କୋଳରେ ଧରି ନ୍ୟାୟ ପାଇଁ ରାତି ସାରା ପ୍ରେମିକ ଘର ସମ୍ମୁଖରେ ବସି ରହିଛନ୍ତି ମହିଳା । ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିରେ ଘଟିଛି ଏହି ଘଟଣା। ମହିଳା ଜଣକ କୋଳରେ ଛୁଆକୁ ଧରି ନିଜ ମା’ଙ୍କ ସହ ଗତକାଲି ରାତି ସାରା ଧାରଣା ଦେଇଛନ୍ତି। ଖବର ପାଇ ବଡ଼ ବଜାର ଥାନା ପୁଲିସ୍‌ ପହଞ୍ଚି ତାଙ୍କୁ ସୁରକ୍ଷା ଯୋଗାଇ ଦେଇଛି।

ପ୍ରାୟ ୨ ବର୍ଷ ପୂର୍ବେ ବେହେରା ସାହିର ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। କଥା ଧୀରେ ଧୀରେ ବଢ଼ିବାରୁ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ଯୁବତୀ ଜଣକ ଗର୍ଭବତୀ ହେବାରୁ ବିବାହ କରିବାକୁ ଜିଦ୍‌ ଧରି ବସିଲେ। ହେଲେ ନିଜ କଥାରୁ ଓହରିଯାଇଥିଲେ ଯୁବକ । ଏହା ମଧ୍ୟରେ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ହେଲେ ଏହାପରେ ଆଉ ଧରାଛୁଆଁ ଦେଇ ନ ଥିଲେ ସମ୍ପୃକ୍ତ ଯୁବକ । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ ହାଇକୋର୍ଟରେ ମକଦ୍ଦମା ଦାଏର କରିଛନ୍ତି। ଇତି ମଧ୍ୟରେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବେ ବୋଲି ସ୍ଥିର ହୋଇଥିବା ଜଣାପଡିଛି । ଏହି ଖବର ପାଇ ଗତକାଲି ରାତିରୁ ଶିଶୁକୁ ଧରି ଯୁବକଙ୍କ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି ମହିଳା ଓ ତାଙ୍କ ମା’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe