କନକ ବ୍ୟୁରୋ: ‘ସ୍ୱାମୀଙ୍କ କିଡନୀ ଟ୍ରାନ୍ସପ୍ଳାଣ୍ଟ ପାଇଁ ମୁଁ କିଡନୀ ଦେବି । ହେଲେ ଅପରେସନ୍ ପାଇଁ ମୋ ପାଖରେ ଅର୍ଥ ନାହିଁ ଏତେ ଟଙ୍କା ଆଣିବି କେଉଁଠୁ’? ସରକାର ଓ ଆପଣମାନେ ଦୟାକଲେ ମୋ ଶଂଖାସିନ୍ଦୁର ବଞ୍ଚିଯିବ । । ଏ ହେଉଛି ସ୍ୱାମୀର ଜୀବନ ପାଇଁ ସ୍ତ୍ରୀ ବିନ୍ଦୁଲତାର ଆକୁଳ ନିବେଦନ ।

Advertisment

ଭଦ୍ରକ ପୁରୁଣାବଜାର ସଦାବର୍ତ୍ତମଠ ସାହିର ବାସିନ୍ଦା ପ୍ରଦୀପ ସାହୁ । ବୁଲି ବୁଲି ବେପାର କରି ଯାହା ରୋଜଗାର କରୁଥିଲେ ସେଥିରେ ତାଙ୍କର ୩ ଝିଅ ଓ ସ୍ତ୍ରୀଙ୍କୁ ନେଇ ପରିବାର ସୁରୁଖୁରୁରେ ଚଳିଯାଉଥିଲା । ହେଲା ଭାଗ୍ୟ ବାମ ହେଲା । ପ୍ରଦୀପଙ୍କର ବ୍ରେନ୍ ଟ୍ୟୁମର ହେଲା । ଏମ୍ସରେ ଅସ୍ତ୍ରୋପଚାର ପରେ ଭଲ ହୋଇ ଘରକୁ ଫେରିଲେ । ହେଲେ କିଛି ମାସ ପରେ ପୁଣି ମୁହଁ ଓ ଗୋଡ ଫୁଲିଗଲା । ଟେଷ୍ଟ କରାଇବାରୁ ଜଣାପଡିଲା , ପ୍ରଦୀପଙ୍କର ୨ଟି ଯାକ କିଡନୀ ଫେଲ୍ୟୁର ହୋଇଯାଇଛି । ଲଗାତାର ଚିକିତ୍ସା ଚାଲିଥିବାବେଳେ ଅଭାବୀ ପ୍ରଦୀପଙ୍କୁ ଘାରୁଛି ୩ ଝିଅ ଓ ପରିବାର ଚିନ୍ତା

ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ବିନ୍ଦୁଲତା କିନ୍ତୁ ଅଣ୍ଟା ଭିଡିଛନ୍ତି । ନିଜର ଗୋଟିଏ କିଡନୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଅସ୍ତ୍ରୋପଚାର ପାଇଁ ୨୦ ଲକ୍ଷ ଟଙ୍କା ଆଣିବେ କେଉଠୁ? ଅସୁସ୍ଥତା ପରେ ବିନ୍ଦୁଲତା ଛୋଟିଆ ଦୋକାନଟିଏ କରି ପରିବାର ଚଳାଉଛନ୍ତି । ମୁଣ୍ଡ ଉପରେ ୩ ଝିଅଙ୍କ ଦାୟିତ୍ୱ । ସ୍ୱାମୀଙ୍କ ମାସିକିଆ ଔଷଧ ପାଇଁ ଟଙ୍କା ହେଉନି । ଏଭଳି ସ୍ଥିତିରେ ସରକାରୀ ଏବଂ ଜନସାଧାରଣଙ୍କ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ବିନ୍ଦୁଲତା । ତେବେ ଭଦ୍ରକ ସିଡିଏମଓ ସାହାଯ୍ୟ କରିବାକୁ କହିଛନ୍ତି ।

ପ୍ରଦୀପଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା:
ପ୍ରଦୀପ କୁମାର ସାହୁ
ମୋ.ନଂ-୯୮୫୩୫୩୦୧୯୪
ବ୍ୟାଙ୍କ ଆକାଉଣ୍ଟ:
ବ୍ୟାଙ୍କ ଅଫ୍ ଇଣ୍ଡିଆ, ଟ୍ୟାକି୍ସ ଷ୍ଟାଣ୍ଡ
A/C- 535810110000569

IFSC-BKID0005358