ରେଳମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ମହିଳା ସୁରକ୍ଷା କର୍ମୀ । ସେପଟେ ମାଆ ମାଣିକେଶ୍ୱରୀଙ୍କ ଦର୍ଶନ ପରେ ଅଶ୍ୱିନୀ କହିଲେ, ଖୁବଶୀଘ୍ର ଆରମ୍ଭ ହେବ ନର୍ଲା ଇଲେକ୍ଟ୍ରି ରେଳ ଇଞ୍ଜିନ ମରାମତି କାରଖାନା ।

224

କନକ ବ୍ୟୁରୋ: ରେଳମନ୍ତ୍ରୀଙ୍କ ହାତରେ ରାକ୍ଷୀ । କଳାହାଣ୍ଡି ଗସ୍ତରେ ଥିବା ବେଳେ ଜଣେ ମହିଳା ସୁରକ୍ଷା କର୍ମୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି । ଅଶ୍ୱିନୀ ବୈଷ୍ଣବ ଆଜି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ରେଳମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଆରମ୍ଭ ହେବ ନର୍ଲା ଇଲେକ୍ଟ୍ରି ରେଳ ଇଞ୍ଜିନ୍ ମରାମତି କାରଖାନା, ଜମି ଅଧିଗ୍ରହଣ ସରିବା ମାତ୍ରେ ଆରମ୍ଭ ହେବ କାମ । ସ୍ୱତନ୍ତ୍ର ଭାବେ ଜିଲ୍ଲାର ସମସ୍ତ ରେଳ ଷ୍ଟେସନ୍ ପାଇଁ ଧ୍ୟାନ ଦେବାକୁ ରେଳ ମନ୍ତ୍ରୀ ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଆସନ୍ତା ଦିନରେ ଜିଲ୍ଲାରେ ରେଳରେ ଅନେକ ବିକାଶ କରାଯିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।