କନକ ବ୍ୟୁରୋ: ମାଲକାନଗିରି ପୁଲିସକୁ ସଫଳତା । ଆତ୍ମସମର୍ପଣ କଲେ ମହିଳା ମାଓବାଦୀ ଉଙ୍ଗି ମାଡବିଙ୍କ । ୨୦୧୬ରୁ ମାଓ ସଂଗଠନରେ ଥିଲେ ସକ୍ରିୟ । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅନ୍ତର୍ଗତ ମହୁପଦର ଏଲଓଏଲ ପାର୍ଟିର ମେମ୍ବର ଥିଲେ । ପ୍ରାୟ ୪୦ ହିଂସାକାଣ୍ଡରେ ସାମିଲ ଥିଲେ ଉଙ୍ଗି ମାଡବିଙ୍କ । ଓଡ଼ିଶା ସମେତ ଛତିଶଗଡ଼ରେ ମଧ୍ୟ ସକ୍ରିୟ ଥିଲେ । ଉଙ୍ଗିଙ୍କ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଥିଲା ।