କଟକ : କଟକରେ ଦୁର୍ଗା ପୂଜାର ଭିଡ ଜମିଥିବା ବେଳେ ଏହାର ଫାଇଦା ଉଠାଇ ଲୁଟ୍ କରୁଥିବା ଗ୍ୟାଙ୍ଗ୍ ଧରାପଡିଛି କଟକ କମିଶନରେଟ୍ ପୁଲିସ୍ ହାତରେ । ରବିବାର ମଙ୍ଗଳାବାଗ ପୂଜା ମଣ୍ଡପରେ ଲୁଟ୍ କରି ଚମ୍ପଟ ମାରୁଥିବା ସମୟରେ ଗ୍ୟାଙ୍ଗର ୬ ଜଣ ମହିଳା ଲୁଟେରାଙ୍କୁ ଧରିବା ପରେ ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଏରଗୋଲା ନାମକ ଏହି ଗ୍ୟାଙ୍ଗର ସଦସ୍ୟମାନେ ତେଲୁଗୁ ସମ୍ପ୍ରଦାୟର । ଏମାନେ ୩-୪ ଜଣ ଏକାଠି ଲୁଟ୍ କରୁଥିବା ବେଳେ ଗହଣା ପିନ୍ଧିଥିବା ମହିଳାମାନେ ଥାନ୍ତି ଏମାନଙ୍କ ଟାର୍ଗେଟରେ।
ପୂଜା ମଣ୍ଡପରେ ମହିଳା ମାନେ ମାଆଙ୍କୁ ଧ୍ୟାନ କଲା ବେଳେ ପଛପଟୁ କଇଁଚିରେ କାଟି ନିଅନ୍ତି ଚେନ୍। ଆଉ ଚେନ୍ କାଟିଥିବା ଲୁଟେରା ଅନ୍ୟ ଲୁଟେରାଙ୍କୁ ତାହା ଧରାଇ ଦେବା ପରେ ସମସ୍ତେ ସେଠାରୁ ମାରନ୍ତି ଚଂପଟ୍। ଏହି ଲୁଟେରାଙ୍କ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି । ଏମାନେ ଗଂଜାମର କୋଦଳା, ଆସ୍କା, କଳିଙ୍ଗନଗର, ବାଲେଶ୍ୱର, ଭଦ୍ରକ, ବଉଳପୋଖରୀ ଓ ଭୁବନେଶ୍ୱର ସାଲିଆସାହି ଆଦି ଅଂଚଳରେ ରୁହନ୍ତି ।
ପୁରୀ ରଥଯାତ୍ରା, କଟକ ଦୁର୍ଗାପୁଜା, ଭଦ୍ରକ କାଳୀପୁଜା ଓ ଢେଙ୍କାନାଳ ଲକ୍ଷ୍ମୀପୁଜା ଆଦି ଭିଡ ସମୟରେ ଲୁଟ୍ କରିଥାନ୍ତି । ତେବେ ଏରଗୋଲା ଗ୍ୟାଙ୍ଗର ମୁଖ୍ୟ ସହ ୬ ଜଣ ଲୁଟେରାଙ୍କୁ ଗିରଫ କରିବାରେ ପୁଲିସ୍ ସଫଳ ହୋଇଥିବା ବେଳେ ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-10-21h32m05s754.png)