ରାଜଧାନୀରେ ମାତିଛନ୍ତି ସୁନ୍ଦରୀ ଲୁଟେରା । ସୋସିଆଲ ମିଡ଼ିଆକୁ ମୋହରା କରି ବନ୍ଧୁତ୍ୱ ନାଁରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । 

1,235

କନକ ବ୍ୟୁରୋ: ରାଜଧାନୀରେ ମାତିଛନ୍ତି ସାଇବର ସୁନ୍ଦରୀ । ଆଉ  ସୋସିଆଲ ମିଡିରେ ବନ୍ଧୁତ୍ୱ କରି  ବୟସ୍କ ଓ ଅନ୍ୟ ଲୋକଙ୍କୁ ଫସାଇଦେଉଛନ୍ତି ।  ଆଉ ଟଙ୍କା ନ ଦେଲେ ଭିଡିଓ ଭାଇରାଲର ଧମକ ଦେଉଛନ୍ତି ।  ଆଉ ଏଭଳି କରି ଲକ୍ଷ ଲକ୍ଷ ଠକୁଛନ୍ତି ସାଇବର ଠକ । ଏଭଳି ଅନେକ  ଅଭିଯୋଗ ଏବେ ସାଇବର ହେଲ୍ପ ଡେସ୍କକୁ ଆସିଛି । ଦେଖନ୍ତୁ ଏହି ରିପୋର୍ଟ ।

ଏହା ହେଉଛି ସାଇବର ଠକେଇର ନୂଆ ତରିକା । ସୁନ୍ଦରୀ ଝିଅକୁ  ମାଧ୍ୟମ କରି ସାଇବର ଠକ କରୁଛନ୍ତି ଠକେଇ  । ଡିଜିଟାଲ ସୁନ୍ଦରୀଙ୍କ ଜାଲରେ ପଡି ଏଭଳି ଠକେଇର ଶିକାର ହେଉଛନ୍ତି ରାଜଧାନୀର ସିନିୟର ସିଟିଜନ ଯୁବକ, ବ୍ୟବସାୟୀ ତଥା ସମ୍ଭ୍ରାନ୍ତ ଶ୍ରେଣୀର ଲୋକ । ଆଉ ଏଭଳି ପୁଳାପୁଳା ଅଭିଯୋଗ ସାଇବର ହେଲ୍ପ ଡେସ୍କକୁ ଆସିଛି ।

ଅଧରାତିରେ ହଠାତ୍ ସୋସିଆଲ ମିଡିଆରେ ସୁନ୍ଦରୀଙ୍କ ବନ୍ଧୁତ୍ୱ ପାଇଁ ରିକ୍ୱେଷ୍ଟ ଆସୁଛି ।   ଏହାପରେ ଅନଲାଇନରେ  ବନ୍ଧୁତା କରି ନିବିଡ ହେଉଛନ୍ତି । ପରେ ଭିଡିଓ କଲ କରି ଅଶ୍ଲୀଳ ଭିଡିଓ କରୁଛନ୍ତି  । ଏହାପରେ ଟଙ୍କା ନ ଦେଲେ ଭାଇରାଲ କରିବାକୁ ଧମକ ଦେଉଛନ୍ତି ।

ସାଇବର ଥାନାକୁ ଗତ  ୪ ମାସ ମଧ୍ୟରେ ଡେବିଟ କାର୍ଡ ଏକ୍ସପାରି ହୋଇଛି କହି ୧୨ଶହଟି କେଶ ଓ କ୍ରେଡିଟ କାର୍ଡ ନେଇ  ୫୦୦ଟି ମାମଲା ରୁଜୁ ହୋଇଛି ।  ବୟସ୍କଙ୍କୁ କ୍ରେଡିଟ କାର୍ଡ ଏକ୍ସପାରି ହୋଇଛି କହି ଲୁଟିଛନ୍ତି ଲକ୍ଷାଧିକ ଟଙ୍କା । କ୍ୟାସ ବ୍ୟାକ୍ ନାଁରେ ୪ ମାସରେ ୨ଶହ ଲୋକ ଠକେଇର ଶୀକାର ହୋଇଛନ୍ତି  । ଲଟେରୀ ଜିତିଛନ୍ତି ନାଁରେ ୬୦ଟି କଲ ଆସିଛି ।

ସବୁଠାରୁ ସାଂଘାତିକ କଥା ହେଲା ସ୍କ୍ରିନ ସେୟାରିଂ  ଆପ ମାଧ୍ୟମରେ  ଲୋକଙ୍କୁ ଲୁଟିଥିବାର ପାଖାପାଖି ୩ ଶହ ଅଭିଯୋଗ ଆସିଛି । ଗୋଟିଏ ଆପ୍ ଇନଷ୍ଟଲ କରିବାକୁ କହୁଛନ୍ତି ଠକ । ଆଉ ଏହା ଇନଷ୍ଟଲ ହେବା ପରେ ଫୋନରେ ସମସ୍ତ କଂଟ୍ରୋଲ  ନେଇଯାଇ କରୁଛନ୍ତି ଟଙ୍କା ହଡପ ।

ବ୍ଲାକମେଲିଂ କରି  ସୁନ୍ଦରୀ ଲୁଟେରା ଲକ୍ଷ ଲକ୍ଷ ଟଙ୍କା ଠକୁଛନ୍ତି । କିନ୍ତୁ ଲୋକଲଜ୍ଜା ଭୟରେ ଅନେକ ଥାନାରେ ଏତଲା ଦେଉନାହାନ୍ତି ।  ଅନେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ  ନହେବା ଫଳରେ ଅଧିକ ମାତୁଛନ୍ତି ଡିଜିଟାଲ ସୁନ୍ଦରୀ ।