କୁକୁର ପାଇଁ ପୁରଷ୍କାର ରାସି । ଖୋଜିଆଣିଲେ ମିଳିବ ୩ କୋଟି, ଲେଡି ଗାଗାଙ୍କ ଏହି ୱେବସାଇଟରେ ଦିଅନ୍ତୁ ସୂଚନା 

ହଲିଉଡ୍ ଆକ୍ଟର ଏବଂ ପ୍ରସିଦ୍ଧ ସିଙ୍ଗର ଭାବେ ବେଶ୍ ଲୋକପ୍ରିୟ ଲେଡି ଗାଗା

645
ଲେଡି ଗାଗା… ନାଁତ ଆପଣ ନିଶ୍ଚୟ ଶୁଣିଥିବେ । ହଲିଉଡ୍ ଆକ୍ଟର ଏବଂ ପ୍ରସିଦ୍ଧ ସିଙ୍ଗର ଭାବେ ବେଶ୍ ଲୋକପ୍ରିୟ ଲେଡି ଗାଗା । ତାଙ୍କର ଗୀତ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସେ ଜେତିକି ଲୋକପ୍ରିୟ, ତାଙ୍କ ଜୀବନ ପ୍ରତି ମଧ୍ୟ ସେତିକି ବିପଦ ରହିଥାଏ । ଆଉ ଏବେ ସେହିଭଳି ଏକ ଘଟଣା ତାଙ୍କ ସହ ଘଟିଯାଇଛି । ଲସ୍ ଏଞ୍ଜେଲାସରେ ଲେଡି ଗାଗାଙ୍କ ଘର ବାହାରେ ଆକ୍ରମଣ ହୋଇଛି । ଲେଡି ଗାଗାଙ୍କ କୁକୁରକୁ ବୁଲେଇବାକୁ ନେଇଯାଉଥିବା ବ୍ୟକ୍ତି ରାୟନ ଫିସଦଙ୍କ ଉପରକୁ ଏକ ଦୁର୍ବୃତ ଅଚାନକ ଫାୟାର କରି ଫେରାର ହୋଇଯାଇଛି । ଏହା ସହତ ଦୁର୍ବୃତ୍ତ ଜଣକ ଲେଡି ଗାଗାଙ୍କ ଦୁଇଟି ଫ୍ରେଞ୍ଚ  ବୁଲଡଗକୁ ବି ସାଥିରେ ଚୋରିକରି ନେଇଯାଇଛି । ଆଉ କୁକୁୁରକୁ ଖୋଜିଦେବା ପାଇଁ ପୁରଷ୍କାର ରାଷି ଘୋଷଣା କରିଛନ୍ତି ଲେଡି ଗାଗା ।
ତାଙ୍କର ଦୁଇ କୁକୁରକୁ ଦୁର୍ବୃତ୍ତ ଚୋରିକରି ନେଇଯାଇଥିବା ବେଳେ ଆଉ ଏକ କୁକୁର ଗୋଡରେ ଗୁଳିବାଜି ଆହତ ହୋଇଛି । ତେବେ ଗାଗାଙ୍କର ଯେଉଁ କୁକୁର ଚୋରି ହୋଇଛି ସେହି କୁକୁରଙ୍କୁ ଖୋଜିଆଣିଲେ ୫ଲକ୍ଷ ଡଲାର ଅର୍ଥାତ୍ ୩କୋଟି ୬୫ ଲକ୍ଷ ଟଙ୍କା ପୁରଷ୍କାର ଦେବେ ବୋଲି ସେ ଘୋଷଣା କରିଛନ୍ତି ।
ତେବେ କୁକୁରଙ୍କ ସହ ଫଟୋ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ଗାଗାଙ୍କୁ ବେଶ୍ ପସନ୍ଦ । ତେଣୁ ଏହି କୁକୁରଙ୍କୁ ଯିଏ ବି ପାଇବ ସେ ତାଙ୍କ ଏହି KojiandGustav@gmail.com ୱେବସାଇଟରେ ସୂଚନା ଦେବାକୁ ସେ ଅନୁରୋଧ କରିଛନ୍ତି ।