୨୩ ବର୍ଷ ପରିଶ୍ରମର ମିଳିଲା ଫଳ ! ଦେଶୀ ଭେଣ୍ଡି ହେଲା ଲାଲ୍ , ଆଣ୍ଟି ଅକ୍ସିଣ୍ଡେଟ୍ , ଆଇରନ୍ ଏବଂ କ୍ୟାଲସିୟମ୍ ପୋଷକ ତତ୍ତ୍ୱରେ ଭରପୁର ଏହି ଭେଣ୍ଡି ।

625

ଦୀର୍ଘ ୨୩ ବର୍ଷ ପରେ ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥା ନିଜ କଠିନ ପରିଶ୍ରମ ବଳରେ ଶେଷରେ ଭେଣ୍ଡିର ନୂଆ ପ୍ରଜାତି “କାଶୀ ଲାଲିମା”କୁ ସଫଳତା ପୂର୍ବକ ବିକଶିତ କରାଇଛନ୍ତି । ଲାଲ୍ ରଙ୍ଗର ଏହି ଭେଣ୍ଡିରେ ଆଣ୍ଟି ଅକ୍ସିଣ୍ଡେଟ୍ , ଆଇରନ୍ ଏବଂ କ୍ୟାଲସିୟମ୍ ସହ ଅନ୍ୟ ପୋଷକ ତତ୍ତ୍ୱ ମଧ୍ୟ ଭରପୂର ହୋଇ ରହିଛି । ଉତ୍ତରପ୍ରଦେଶର ବାରାଣାସୀ ସ୍ଥିତ ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥା (ଆଇଆଇବିଆର) ଏହି କାମକୁ ୨୩ ବର୍ଷର ପ୍ରୟାସ ପରେ ସମ୍ଭବ କରି ଦେଖାଇଛି । ଲାଲ୍ ରଙ୍ଗର ଭେଣ୍ଡିକୁ ପଶ୍ଚିମ ଦେଶରେ ବିକଶିତ ହେବାର ଦେଖାଯାଇଛି । ଯାହାର କିଲୋ ପ୍ରତି ଦାମ୍ ୧୦୦ ରୁ ୫୦୦ ଟଙ୍କା ଭିତରେ ରହିଛି ।

ଏବେ ଭାରତୀୟ କୃଷକ ମଧ୍ୟ ଏହି ଲାଲ୍ ଭେଣ୍ଡିର ଉତ୍ପାଦନ କରିପାରିବେ । ଡିସେମ୍ବର ମାସରୁ ଆଇଆଇବିଆର ପକ୍ଷରୁ ଏହାର ମଞ୍ଚିକୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯିବ । ପୋଷକ ତତ୍ତ୍ୱରେ ଭରପୁର ଏହି ଭେଣ୍ଡି ଉତ୍ପାଦନରେ ନା କେବଳ ଭାରତୀୟ କୃଷକଙ୍କୁ ଲାଭ ମିଳିବ ସାଧାରଣ ଲୋକ ମଧ୍ୟ ଏହାଦ୍ୱାରା ଖୁବ୍ ଲାଭବାନ୍ ହେବେ । ଲାଲ୍ ଭେଣ୍ଡିକୁ ବିକଶିତ କରିବା ପାଇଁ ୧୯୯୫ ରୁ ୯୬ ଭିତରେ ହିଁ ପ୍ରୟାସ ଆରମ୍ଭ ହୋଇଥିଲା । କିନ୍ତୁ ସଫଳତା ମିଳିଲା ୨୩ ବର୍ଷ ପରେ । “କାଶୀ ଲାଲିମା” ଭେଣ୍ଡିର ରଙ୍ଗ ବାଇଗଣୀ-ଲାଲ୍ , ଲମ୍ବା ୧୧ ରୁ ୧୪ ସେ.ମି. ଏବଂ ବ୍ୟାସ ୧.୫-୧.୬ ସେ.ମି.ରହିଛି ।