ଏବେ ବଦଳିଯାଇଛି ଦୁନିଆଁ । ମହିଳା ବି କିଛି କମ୍ ନୁହଁନ୍ତି । ଏ ମତ ଏବେ ସବୁଆଡେ ଶୁଣିବାକୁ ମିଳିଲାଣି । ମହିଳାମାନେ ପୁରୁଷ ସହ ସମକକ୍ଷ ହୋଇ କଠିନରୁ କଠିନ କାମ କରୁଛନ୍ତି । ସବୁ କ୍ଷେତ୍ରରେ ଆଜି ମହିଳାଙ୍କର ଜୟ ଯାତ୍ରା । ସବୁ ବାଧା ବିପତିକୁ ସହ୍ୟ କରି ମହିଳାମାନେ କରୁଛନ୍ତି ଅର୍ଥ ଉପାର୍ଜନ । ପରିବାରର ସମସ୍ତ ଖର୍ଚ୍ଚକୁ ନିଜେ ବହନ କରୁଛନ୍ତି । ଏହିଭଳି ଜଣେ ମହିଳା ଏମ୍ ବସନ୍ତ କୁମାରୀ । ଏସିଆର ପ୍ରଥମ ବସ୍ ଚାଳକ ହେବାର ଗୈାରବ ଅର୍ଜନ କରିଛନ୍ତି  ଏହି ମହିଳା ଜଣଙ୍କ । ଆଦ୍ୟ ଯୈ÷ାବନର ସୁଖକୁ ସେ ଦୁଃଖ ଓ ସଂଘର୍ଷରେ ଉପଭୋଗ  କରିଛନ୍ତି । ଆଖିର ଲୁହକୁ ଓଠରେ ପିଇ ସେ ଚଢିଛନ୍ତି ନିଜ ଜୟ ଯାତ୍ରା ଓ ସଫଳତାର ପାହାଚ । ପାଲଟିଛନ୍ତି ମହିଳାମାନଙ୍କର ଗର୍ବ ଓ ଗୈାରବ । ନିଜ ଇଚ୍ଛାକୁ କରିଛନ୍ତି ସାକାର । ଏହାକୁ ନେଇ ଦେଖିବା ସ୍ପେଶାଲ ରିପୋର୍ଟ – ଚାଳକ ସିଟରେ ମହିଳା

Advertisment

vasanthakumari

ବୟସ ଥିଲା ମାତ୍ର ୧୪ ବର୍ଷ । ଧରିଲେ ଗାଡିର ଷ୍ଟିୟରିଙ୍ଗ୍ । ମନରେ ଆସିଲା ଏକ ଭିନ୍ନ ଅନୁଭବ । ନିଜ ଇଚ୍ଛାକୁ ସାକାର କରିବା ପାଇଁ ସେ କଲେ ଉଦମ୍ୟ । ଏମ୍ ବସନ୍ତକୁମାରୀ ସ୍ଥିର କରିନେଇଥିଲେ ସେ ବସ୍ ଚଳାଇବେ । ଏହାକୁ ନେଇ ସେ ଆଜି ଗର୍ବ ଅନୁଭବ କରନ୍ତି । ଏହାର ପୂରା ଶ୍ରେୟ ଦିଅନ୍ତି ନିଜର ପରିବାରକୁ । ଏସିଆର ପ୍ରଥମ ମହିଳା ବସ୍ ଡ୍ରାଇଭର ଭାବରେ ସୁନାମ ପାଇଛନ୍ତି ଏମ୍ ବସନ୍ତକୁମାରୀ । ଚେନ୍ନାଇରେ ତାଙ୍କୁ ରେନ୍ଡ୍ରପ୍ସ ୱିମ୍ୟାନ୍ ଆଚିଭର୍ ଆୱାଡ ପାଇଁ ବଛା ଯାଇଛି । ଏମ୍ ବସନ୍ତ କୁମାରୀ କୁହନ୍ତି ନିଜର ସଫଳତାର କାହାଣୀ । ତାଙ୍କ ପାଖରେ ନଥିଲା ଚାକିରୀ ପାଇଁ କୈାଣସି ଡିଗ୍ରୀ । କିନ୍ତୁ ଗାଡି ଚଳାଇବାର ସଉକ୍ ଓ ଇଚ୍ଛା ଥିଲା ପ୍ରବଳ । ଯାହା ତାଙ୍କୁ ନେଇ ଆସିଲା ଏତେବାଟ । କନ୍ୟାକୁମାରୀରେ ଜନ୍ମ ହୋଇଥିବା ଏମ୍ ବସନ୍ତକୁମାରୀ ପିଲା ଦିନୁ ନିଜ ମା’କୁ ହରାଇଥିଲେ । ପରେ ତାଙ୍କ ପିତା ଦ୍ୱିତୀୟ ବିବାହ କରିଥିଲେ । ନିଜ ମାଉସୀ ପାଖରେ ରହି ଏମ୍ ବସନ୍ତକୁମାରୀ କଟାଇଥିଲେ ଶୈଶବର ସମସ୍ତ ସମୟ । ଏବେ ଏମ୍ ବସନ୍ତକୁମାରୀଙ୍କୁ ୫୭ ବର୍ଷ । ମନେପକାନ୍ତି ନିଜର ସଂଘର୍ଷମୟ ଅତୀତକୁ । ୧୯ ବର୍ଷ ବୟସରେ ସେ ଦ୍ୱିତୀୟ ପତ୍ନୀ ଭାବରେ ଜଣେ ବିବାହିତ ପୁରୁଷର ସ୍ତ୍ରୀ ହୋଇଥିଲେ । ପୂର୍ବରୁ ନିଜ ସ୍ୱାମୀଙ୍କର ଥିଲେ ୪ ଜଣ ଝିଅ । ପରେ ଏମ୍ ବସନ୍ତକୁମାରୀଙ୍କର େଓ÷ାରସରୁ ଦୁଇ ଜଣ ପିଲା ଜନ୍ମ ହେଲେ । ପରିବାରରେ ଘୋର ଆର୍ଥିକ ଅବସ୍ଥା ଦେଖା ଦେଲା । ପରିବାର ଚଳାଇବା କଷ୍ଟ ହୋଇପଡିଲା । ବସନ୍ତକୁମାରୀଙ୍କ ସ୍ୱାମୀ ଏକ କନ୍ଷ୍ଟ୍ରସନ ସାଇଟରେ କାମ କରୁଥିଲେ । ତାଙ୍କର କମ୍ ରୋଜଗାରରେ ପରିବାର ଚଳିବା ଖୁବ୍ କଷ୍ଟ ହୋଇପଡିଲା । ଏତିକି ବେଳେ ଶୁଣିବାକୁ ପାଇଲେ ଯେ ସରକାରୀ ଚାକିରୀରେ ମହିଳାଙ୍କ ପାଇଁ ୩୦ ପ୍ରତିଶତ ରିଜର୍ଭେସନ ଦିଆଯାଉଛି । କିଛି ଲୋକ ଏମ୍ ବସନ୍ତକୁମାରୀଙ୍କୁ ସରକାରୀ ବସ୍ ଡ୍ରାଇଭର ଜବ୍ ପାଇଁ ଆପ୍ଲାଏ କରିବାକୁ କହିଲେ । ଭାରି ଯାନ ଚଳାଇବାର ଟ୍ରେନିଂ ନେଲେ ଏମ୍ ବସନ୍ତକୁମାରୀ । ଏବଂ ହାସଲ କଲେ ଲାଇସେନ୍ସ । ହେଲେ ଏହାପରେ ସଂଘର୍ଷର କାହଣୀ ଥିଲା ନିଆରା । ମହିଳା କେମିତି ଚଳାଇବ ଭାରିଯାନ ? ପାଦେ ପାଦେ ବିପଦ । ଏହା ସେ ଶୁଣିବାକୁ ପାଇଲେ । କାହା କଥା ନଶୁଣି ସେ ଆଗେଇଚାଲିଲେ । ଅନେକଥର ନିରାଶ ହୋଇ ମଧ୍ୟ ସବୁ ଟେଷ୍ଟ କ୍ଲିୟର କରି ସେ ଚଳାଇଲେ ବସ୍ । ବର୍ତମାନ ସେ ତାମିଲନାଡୁ ଟ୍ରାନ୍ସପୋର୍ଟର ବସ୍ ଚାଳକ । ଦେଖେଇଦେଲେ ଦୁନିଆକୁ ମହିଳାବି କିଛି କମ୍ ନିହନ୍ତି । ୨୦୧୭ ,ଏପ୍ରଲ୍ରେ ଏମ୍ ବସନ୍ତକୁମାରୀ ନେବେ ଚାକିରୀରୁ ଅବସର । ତାଙ୍କର ସ୍ୱପ୍ନ ମହିଳା ମାନଙ୍କ ପାଇଁ କରିବେ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ।

ଖାଲି ଏମ୍ ବସନ୍ତକୁମାରୀ ନୁହଁନ୍ତି । ତାଙ୍କ ପରି ଅନେକ ମହିଳା ଆଜି ଭିନ୍ନ ଭିନ୍ନ ଯାନର ଡ୍ରାଇଭର ସିଟ୍ରେ । ସବୁ ପରିସ୍ଥିତିକୁ ସାମ୍ନା କରି ଆଜି ମହିଳାମାନେ ଅନେକ ଆଗରେ । ପୁରୁଷ ପାଇଁ କଷ୍ଟ ସାଧ୍ୟ ପାଟଲିଥିବା କାର୍ଯ୍ୟ ମହିଳାମାନେ କରୁଛନ୍ତି । ହାଲୁକାଯାନ ଠାରୁ ନେଇ ଭାରିଯାନ । ଏପରିକି ଫାଇଟର ଯାନର ପାଇଲଟ ହେବାର ଗୈାରବ ମଧ୍ୟ ମହିଳାମାନେ ପାଇଲେଣି । ଏହି ରିପୋର୍ଟରେ ଦେଖିବା ଏହିଭଳି କିଛି ମହିଳାଙ୍କୁ ।

yogitaଭାରତର ପ୍ରଥମ ମହିଳା ଟ୍ରକ୍ ଡ୍ରାଇଭର । ଯୋଗିତା ରଘୁବଂଶି । ବିବାହ କଲା ପରେ ସେ ପାଠ ପଢିଥିଲେ ଏଲ୍ଏଲ୍ବି । ଜବ୍ ମଧ୍ୟ କରିଥିଲେ ହେଲେ ସେହି ସୀମିତି ରୋଜଗାରରେ ପରିବାର ଚଳାଇବା କଷ୍ଟ ହେଲା । ଶେଷରେ ପିଲା ଦିନର ଥିବା ଇଚ୍ଛା ଡ୍ରାଇଭିଙ୍ଗ୍କୁ ଅର୍ଥ ରୋଜଗାର ପାଇଁ ପ୍ରଫେସନ କରିନେଲେ । ଡ୍ରାଇଭିଙ୍ଗ୍ ଟ୍ରେନିଂ ନେଇ ଟ୍ର୍ରକ୍ ଚଳାଇବା ଆରମ୍ଭ କଲେ । ଏବେ ସେ ନିଜ କାମରେ ଖୁବ୍ ଖୁସି । ଖାଲି ଯେ ବସ୍ ଓ ଟ୍ରକ୍ ମହିଳାମାନେ ଚଳାନ୍ତି ତାନୁହେଁ ଟ୍ରେନ ଓ ଫାଇଟର ଜେଟ୍ରେ ମଧ୍ୟ ଚାଳକ ସାଜିଲେଣି ମହିଳାମାନେ ।  ଏ ମହିଳା ଜଣଙ୍କ ହେଉଛନ୍ତି ଏସିଆର ପ୍ରଥମ ମହିଳା ଡିଜେଲ ଇଂଜିନ୍ ଡ୍ରାଇଭର । ଚଳାଉଛନ୍ତି ଟ୍ରେନ୍ । ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ପହଁଚାଉଛନ୍ତି ଷ୍ଟେସନରେ । ନିଜର ଏହିଭଳି କାମକୁ ନେଇ ସେ ଖୁବ୍ ଗର୍ବ ଅନୁଭବ କରନ୍ତି ।

jet

ସେମିତି ଆଉ ଜଣେ ହେଉଛନ୍ତି ମହିଳା ପାଇଲଟ୍ । ଖୁବ୍ ସର୍ତକତାର ସହ ସେ ଚଳାଉଛନ୍ତି ଏହି ଏୟାରକ୍ରାଫ୍ଟ ଯାନ । ଯାହା ମହିଳାମାନଙ୍କ ପାଇଁ ଦିନେ ଥିଲା ସ୍ୱପ୍ୱ । ତାହା ଆଜି ସେହି ମହିଳାମାନେ କରି ଦେଖାଇଛନ୍ତି । ଆକାଶ ମାର୍ଗରେ ପାଇଲଟ ସାଜି ଉଡାଉଛନ୍ତି ଏୟାରକ୍ରାଫ୍ଟ ।

ନାରୀ ଅବଳା ଆଉ ଆଜି ଦୁର୍ବଳା ହୋଇନାହିଁ । ସେ ବି ଗିରି ଲଙ୍ଘିପାରେ । ଆକାଶରେ ଉଡିପାରେ । ଦିନେ ଭାରି ଯାନରେ ସଂରକ୍ଷିତ ସିଟରେ ଯାତ୍ରୀ ଭାବେ ଯାଉଥିବା ମହିଳା ଆଜି ନିଜେ ବସିଛି ଡ୍ରାଇଭର ସିଟରେ । ଯାତ୍ରୀ ପରିବହନ ହେଉ ଅବା ମାଲ ପରିବହନ ଭାରିଯାନ ଚଳାଇବାରେ ଆଜି ବେଶ ଦକ୍ଷ ଏହି ମହିଳା । ପରିବାରର ବୋଝକୁ ମୁଣ୍ଡାଇବା ସହ ସେ ବି ସବୁକ୍ଷେତ୍ରରେ ତା’ର ପାରଦର୍ଶିତା ଦେଖାଇ ହୋଇ ପାରିଛି ରୋଜଗାରକ୍ଷମ । ପାଲଟିଛି ଅନ୍ୟମାନଙ୍କ ପାଇଁ ପ୍ରେରଣା ।