କନକ ବ୍ୟୁରୋ : ମାଷ୍ଟରକ୍ୟାଣ୍ଟିନରେ ମାତି ଥିବା ଡକାୟତି ଗ୍ୟାଙ୍ଗର ଲେଡି ଡନ ମୁସ୍କାନର ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ମୁସ୍କାନ ଓରଫ ସରିଫା ଖାତୁନର ବୟସ ୨୨ ବର୍ଷ । ରାଜଧାନୀର ଏକାଧିକ ଡାନ୍ସ ବାରରେ ନାଚୁଥିଲା ମୁସ୍କାନ । ଡାନ୍ସ ବାରକୁ ଯାଉଥିବା ବଡ଼ବଡ଼ିଆଙ୍କୁ ଟାର୍ଗେଟ କରୁଥିଲା ଏବଂ ନିଜ ରୂପରେ ଫସାଉଥିଲା ।

Advertisment

ଜାଲ ବିଛାଇ ତାଙ୍କ ଠାରୁ ଟଙ୍କା ଆଦାୟ କରୁଥିଲା । ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲା ଗୁଡ଼ିକର କେତେକ ବ୍ୟବସାୟୀ, ଧନୀ ଶ୍ରେଣୀର ଯୁବକ ମୁସ୍କାନ ଜାଲରେ ଫସିଯାଇଥିଲେ । ଏବଂ ଏଥିରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲେ ମୁସ୍କାନ । କିନ୍ତୁ ଗତ କିଛି ମାସ ହେଲା ମୁସ୍କାନ ପାଇଁ ଡାନ୍ସ ବାର ବାଟ ବନ୍ଦ ହୋଇଯିବାପରେ ଲୁଟପାଟ ଆରମ୍ଭ କରିଦେଇଥିଲା ।

ମୁସ୍କାନର ମାୟାଜାଲରେ ବଡ଼ବଡ଼ିଆ !

ଜାଲ ବିଛାଇ ବଡ଼ବଡ଼ିଆଙ୍କୁ ଫସାଉଥିଲା
ବାରରେ ବଡ଼ବଡ଼ିଆଙ୍କୁ ଟାର୍ଗେଟ କରୁଥିଲା
ଜାଲ ବିଛାଇ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା
ଭୁବନେଶ୍ୱର ଓ ବାହାରର ଲୋକଙ୍କୁ ଟାର୍ଗେଟ କରୁଥିଲା
ବ୍ୟବସାୟୀ ଓ ଧନୀ ଶ୍ରେଣୀର ଯୁବକଙ୍କୁ ଫସାଉଥିଲା
ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା
ଟ୍ରେନ ଯାତ୍ରୀଙ୍କୁ କରୁଥିଲା ଟାର୍ଗେଟ
ଫିଲ୍ମ ଷ୍ଟାଇଲରେ ଯାତ୍ରୀଙ୍କୁ ନିଜ ରୂପରେ ଫସାଉଥିଲା
ପାଖକୁ ଡାକିବା ପରେ ଲୁଟ୍ କରୁଥିଲା
ଟଙ୍କା, ମୋବାଇଲ ଫୋନ୍, ଦାମୀ ଜିିନିଷ ଲୁଟୁଥିଲା