କନକ ବ୍ୟୁରୋ : କଙ୍ଗାରୁ କୋର୍ଟ ଅଭିଯୋଗରେ ମହିଳା ଗିରଫ । ଭୁବନେଶ୍ୱରର ଆଜାଦ ନଗରରେ ଚଳାଇଥିଲେ କଙ୍ଗାରୁ କୋର୍ଟ । ଛେଳି ଚୋରି ଅଭିଯୋଗରେ ଦୁଇ ବ୍ୟକ୍ତିଙ୍କୁ ବାନ୍ଧି ମାରପିଟ୍ କରୁଥିଲେ ଗିରଫ ହୋଇଥିବା ଲେଡି ଡନ୍ ଆସମା ବିବି । ରାଜଧାନୀ ଛାତି ଉପରେ କଙ୍ଗାରୁ କୋର୍ଟ ଚାଲିଥିବା ଖବର ଏୟାରଫିଲ୍ଡ ଥାନାରେ ପହଞ୍ଚିଥିଲା ।
ଖବର ଅନୁସାରେ, ଘଟଣାସ୍ଥଳରେ ପହଞ୍ଚିଥିଲା କମିସନରେଟ୍ ପୁଲିସର ପିସିଆର ଭ୍ୟାନ । ପିସିଆର ଭ୍ୟାନକୁ ଦେଖି ଚିହିଁକି ଉଠିଥିଲେ ଆସମା ବିବି । ପିସିଆର କର୍ମଚାରୀଙ୍କୁ ମଧ୍ୟ ଗାଳିଗୁଲଜ କରିଥିଲେ । ଏମିତି କି ଆକ୍ରମଣ କରିବାକୁ ବି ପଛାଇ ନଥିଲେ । ଶେଷରେ କଙ୍ଗାରୁ କୋର୍ଟ ଅଭିଯୋଗରେ ଭୁବନେଶ୍ୱରର ଲେଡି ଡନ୍ ଆସମା ବିବିଙ୍କୁ ଗିରଫ କରିଛି ପୁଲିସ ।