କନକ ବ୍ୟୁରୋ :  ଗିରଫ ହେଲେ ଲେଡି ଡନ୍ । ନିଜକୁ ବିଏମସି ଅଧିକାରୀ କହି ଦୋକନୀଙ୍କ ଠାରୁ ଚାନ୍ଦା ମାଗୁଥିଲେ । ଲେଡିନ ଡନ ଅନୁ ମିଶ୍ରଙ୍କୁ ଧରିଲା ଚନ୍ଦ୍ରଶେଖର ପୁର ଥାନା ପୋଲିସ୍ ।  ଉଠା ଦେକାନୀଙ୍କ ଠାରୁ ଭେଣ୍ଡିଂ ଜୋନ, ଟ୍ରେଡ ଲାଇସେନ୍ସ, ବ୍ୟବସାୟିକ ଲୋନ ଓ ବିଏମସିରେ ଜାଗା ଦେବାକୁ କହି ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ଆଜି ଅନୁ, ତାଙ୍କର କିଛି ସହଯାଗୀଙ୍କ ସହ ଜଣେ ଉଠାଦୋକୀନଙ୍କୁ ଚାନ୍ଦା ମାଗିବା ପାଇଁ ଯାଇଥିଲେ, ହେଲେ ଦୋକାନୀ ଜଣକ ଚାନ୍ଦା ଦେବାକୁ ମନା କରିଥିଲେ । ଏହାସହ ସେଠାରେ ଉପସ୍ଥିତ ଥିବା ସାମାଜିକ କର୍ମୀ ଦିଲ୍ଲୀ କୁମାର ସହୁ ମଧ୍ୟ ଚାନ୍ଦା ଆଦାୟକୁ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଅନୁ ଓ ତାଙ୍କ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଡରାଇବା ସହ ଦିଲ୍ଲୀପଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଅନୁ ମିଶ୍ର ଓ ତାଙ୍କ ସହଯାଗୀଙ୍କୁ ଅଟକ ରଖି ପୋଲିସର ଜିମା ଦେଇଥିଲେ ।

Advertisment