ଭୁବନେଶ୍ୱରରେ ଚାଞ୍ଚଲ୍ୟ ! ମନ୍ଦିର ନିକଟ କୂଅରୁ ମିଳିଲା ଡାକ୍ତରାଣୀଙ୍କ ମୃତଦେହ

26

କନକ ବ୍ୟୁରୋ : କୂଅରୁ ମିଳିଲା ଡାକ୍ତରାଣୀଙ୍କ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଝାଡପଡା ଅଂଚଳରେ । ଝାଡପଡା ଗଣେଶ ମନ୍ଦିର ନିକଟରେ ଥିବା ଏକ କୂଅରୁ ଡାକ୍ତରାଣୀଙ୍କ ଶବକୁ ସନ୍ଦେହଜନକ ଅବସ୍ଥାରେ ଜବତ କରିଛି ପୋଲିସ । ଡାକ୍ତରାଣୀଙ୍କ ନାଁ ସଂଘମିତ୍ରା ମିଶ୍ର ଓ ସେ ନିମାପଡା ଅଂଚଳରେ ଏଲଇଓ ଭାବେ କାମ କରୁଥିଲେ । ଭୁବନେଶ୍ୱରରେ ସେ ନିଜ ଭାଇ ଓ ବାପାଙ୍କ ପାଖରେ ରହୁଥିଲେ ।

ସୂଚନା ଅନୁସାରେ,୨୦୦୬ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା ତେବେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ସେ ଅଫିସ ନ ଯାଇ ଘରେ ରହୁଥିଲେ । ଗତକାଲି ସେ କିଛି ନ କହି ଘରୁ ବାହାରକୁ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ଖବର ନ ମିଳିବାରୁ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖୋଜାଖୋଜିବେଳେ ଘର ପାଖରେ ଥିବା ଏକ କୂଅ ନିକଟରେ ଚପଲ ପଡିଥିଲା । ପରେ କୂଅ ଭିତରୁ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସପିଟାଲ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛି ପୋଲିସ ।