ଭାରି ପଡିଲା ବନ୍ଧୁକ ସହ ଭିଡିଓ ସୁଟ୍ । ବିଭାଗକୁ ଦେବେ ୧.୮୨ଲକ୍ଷ ଜରିମାନା

503

କନକ ବ୍ୟୁରୋ: କନଷ୍ଟେବଲଙ୍କୁ ମହଙ୍ଗା ପଡିଲା ବନ୍ଧୁକ ଧରି ଭିଡିଓ ପୋଷ୍ଟ କରିବା । ଆଗ୍ରାରେ ଅବସ୍ଥାପିତ କନଷ୍ଟେବଲ ପ୍ରିୟଙ୍କା ମିଶ୍ରାଙ୍କ ଏହି  ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରିଛି ବିଭାଗ । ଏହାସହ ବିଭାଗକୁ ୧.୮୨ଲକ୍ଷ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ହୋଇଛି । ୨୦୨୦ ଅକ୍ଟୋବରରେ ଚାକିରିରେ ଯୋଗ ଦେଇଥିଲେ ପ୍ରିୟଙ୍କା । ଅଗଷ୍ଟ ମାସରେ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ପରେ ତାଙ୍କୁ ଟର୍ମିନେଟ୍ କରାଯାଇଛି । ସେ ଗତ ୩୧ ତାରିଖରେ ଇସ୍ତଫା ପତ୍ର ଦେଇସାରିଛନ୍ତି । ତାଙ୍କର ଇସ୍ତଫା ପତ୍ରକୁ ଇଚ୍ଛାଧୀନ ଇସ୍ତଫା ଅନ୍ତର୍ଗତ କରାଯାଇପାରିବ ନାହିଁ । ତେଣୁ ଏଭଳି ସ୍ଥତିରେ ତାଙ୍କ ପ୍ରଶିକ୍ଷଣ ବାବଦରେ ହୋଇଥିବା ଖର୍ଚ୍ଚକୁ ସେ ଜରିମାନେ ଆକାରରେ ପୈଠ କରିବେ ବୋଲି କହିଛନ୍ତି ଏସଏସପି ମୁନିରାଜ । 

ସୂଚନା ମୁତାବକ, ପ୍ରିୟଙ୍କାଙ୍କୁ ୨୨୫ ଦିନର ଟ୍ରେନିଙ୍ଗ ଦିଆଯାଇଥିଲା । ଏଥିରେ ଦୈନିକ ୨୦,୨୮ ଟଙ୍କା ଖର୍ଚ୍ଚ ହୋଇଥିଲା । ଏ ବାବଦକୁ ୧.୫୨ ଟଙ୍କା ହେଉଥିବାବେଳେ ବାକି ଅର୍ଥ ଅନ୍ୟ ଖର୍ଚ୍ଚ ବାବଦରେ ବୋଲି ନୋଟିସ୍ ହୋଇଛି । ତେବେ ଇସ୍ତଫା ପରେ ବି ପ୍ରିୟଙ୍କାଙ୍କ ଫ୍ୟାନ୍ ଫଲୋଅର୍ସ ବଢିବାରେ ଲାଗିଛନ୍ତି । ଚାକିରି ଛାଡିବା ପରେ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତି କରିବେ ନୋଚେତ୍ ମଡେଲିଂରେ ପାଦ ଥାପିବେ ବୋଲି କହିଛନ୍ତି ପ୍ରିୟଙ୍କା ।