କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ଅଶ୍ଲୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲୁଟୁଥିଲେ ଟଙ୍କା ।

142

କନକ ବ୍ୟୁରୋ: କମିଶନରେଟ୍ ପୁଲିସ ହାତରେ ଲେଡି ବ୍ଲାକମେଲର । ବିବାହିତା ମହିଳା ଓ ଏକାଧିକ ଯୁବତୀଙ୍କୁ ବ୍ଲାକମେଲିଂ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ବାଲେଶ୍ୱର ଜିଲ୍ଲାର ସସ୍ମିତା ଜେନା । ବଡ଼ କଥା ହେଉଛି ସସ୍ମିତା ଓ ତାଙ୍କ ସ୍ୱାମୀ ନିଜକୁ ପୁଲିସ ଅଧିକାରୀ କହି ଯୁବତୀ ଓ ମହିଳାଙ୍କୁ ବ୍ଲାକମେଲିଂ କରୁଥିଲେ । ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ଲକ୍ଷ ଲକ୍ଷ ଟଙ୍କା ମାଗୁଥିଲେ । ଏନେଇ ଜାନୁଆରୀ ୧୨ ତାରିଖରେ ସାଇବର ଥାନରେ ସସ୍ମିତାଙ୍କ ବିରୋଧରେ ଅଭିଯୋଗ କରିଥିଲେ ଜଣେ ମହିଳାଙ୍କ ସ୍ୱାମୀ ।

ଟଙ୍କା ନଦେଲେ ଅଭିଯୋଗକାରୀଙ୍କ ପତ୍ନୀଙ୍କ ନଗ୍ନ ଭିଡିଓ ଭାଇରାଲ କରିବା ନେଇ ସସ୍ମିତା ଧମକ ଦେଇଥିଲେ । ପତ୍ନୀଙ୍କର ନଗ୍ନ ଭିଡିଓ, ଫଟୋ ଡିଲିଟ୍ କରିବା ପାଇଁ ଅଭିଯୋଗକାରୀଙ୍କୁ ୩ଲକ୍ଷ ୭୦ହଜାର ମାଗିଥିଲେ ସସ୍ମିତା । ପ୍ରଥମେ ୨୦ହଜାର ଏବଂ ପରେ ୮୦ହଜାର ଟଙ୍କା ଅନଲାଇନ୍ ମାଧ୍ୟମରେ ପଠାଇଥିଲେ ଅଭିଯୋଗକାରୀ । ତେବେ ବାକି ୨ଲକ୍ଷ ୭୦ହଜାର ଟଙ୍କା ମାଗିବା ପରେ ସାଇବର ଥାନାରେ ଅଭିଯୋଗ କରିଥିଲେ ମହିଳାଙ୍କ ସ୍ୱାମୀ । ଅଭିଯୋଗ ଆଧାରରେ ସାଇବର ଥାନା ପୁଲିସ ଅଭିଯୁକ୍ତ ସସ୍ମିତାଙ୍କୁ ଗିରଫ କରିଛି । ତାଙ୍କ ନିକଟରୁ ମୋବାଇଲ୍ ଫୋନ, ଡେବିଟ୍ କାର୍ଡ, ଚେକ୍ ବୁକ୍ ଓ ପାସବୁକ୍ ଜବତ ହୋଇଛି ।