ଅର୍ଚ୍ଚନାଙ୍କ କଳା କାରନାମାର ଆଉ ଏକ ସାଂଘାତିକ ତଥ୍ୟ : ନିଶା ଦେଇ ଅଶ୍ଲୀଳ ଭିଡିଓ ବନାଇ କରୁଥିଲେ ବ୍ଲାକମେଲ

ଜାମିନ ଆବେଦନ ଶୁଣାଣି ବେଳେ କାନ୍ଦିଲେ ଅର୍ଚ୍ଚନା : ସପକ୍ଷରେ ଯୁକ୍ତି ବାଢ଼ିଲେ ଓକିଲ; କହିଲେ, ରାଜନୀତିର ଚକ୍ରବ୍ୟୁହରେ ଫଶାଇ ଦିଆଯାଇଛି

କନକ ବ୍ୟୁରୋ : ଅର୍ଚ୍ଚନାଙ୍କ କଳା କାରନାମାର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଦେଇଥିବା ଅଭିଯୋଗ ଅନୁସାରେ ନିଶା ଦେଇ ଉଲଗ୍ନ ପରେ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା । ଏମତିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସେ ୨୦୧୮ ମସିହାରେ ଚାକିରି ସନ୍ଧାନରେ ଭୁବନେଶ୍ୱର ଆସିଥିଲେ ।

ଜାଗମରାସ୍ଥିତ ଜଣେ ପ୍ରଯୋଜକଙ୍କ ଘରେ ରହୁଥିଲେ । ଅର୍ଚ୍ଚନା ଓ ଜଗବନ୍ଧୁ ତଳ ଘରେ ଭଡାରେ ରହୁଥିଲେ । ଯୁବତୀଙ୍କୁ ଅଳ୍ପ ଦିନରେ ଅଧିକ ଟଙ୍କା କମାଇବାର ଲୋଭ ଦେଖାଇଥିଲେ । ଆଉ ଅଶ୍ଳୀଳ ଭିଡିଓ ବନାଇ ବ୍ଲାକମେଲ କରିଥିଲେ । ୨୦୧୯ ମସିହାରେ ସେ ରହୁଥିବା ଭଡା ଘର ଛାତ ଉପରେ ଏକ ପାର୍ଟି ହୋଇଥିଲା । ଏହି ପାର୍ଟିରେ ଯୁବତୀଙ୍କୁ ନିଶା ପିଆଇ ବେହୋସ୍ କରିଦେଇଥିଲେ । ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe