କନକ ବ୍ୟୁରୋ : ବ୍ଲାକମେଲ୍ କୁଇନ୍ ଅର୍ଚ୍ଚନା ନାଗ ଗିରଫ ମାମଲାରେ ଏସଏଫଏସଏଲ୍ ବା ଷ୍ଟେଟ ଫରେନସିକ୍ ସାଇନ୍ସ ଲାବରୋଟାରୀର ବିଶ୍ୱସନୀୟତାକୁ ନେଇ ଉଠିଛି ପ୍ରଶ୍ନ । କାରଣ ଅର୍ଚ୍ଚନାଙ୍କ ଘରୁ ୪ଟି ମୋବାଇଲ, ୨ଟି ଟାବଲେଟ୍, ପେନଡ୍ରାଇଭ୍, ଲାପଟପ୍ ଓ ବ୍ୟାଙ୍କ ପାସବୁକ୍ ଆଦି ଜବତ କରିଛି ପୋଲିସ । ସବୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ଯାଞ୍ଚ କରାଯାଇ ସେଥିରେ ଥିବା ଅଶ୍ଳୀଳ ଓ ଗୁପ୍ତ ରହସ୍ୟ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି । ହେଲେ ଏହା ଏବେ ଏସଏଫଏସଏଲରେ ଥିବାରୁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
କିଛି ଦିନ ତଳେ ବହୁଚର୍ଚ୍ଚିତ ମାନସ ହତ୍ୟାକାଣ୍ଡ ପଛରେ ଅଶ୍ଳୀଳ ଓ ଅନ୍ତରଙ୍ଗ ଦୃଶ୍ୟ କଏଦ ହୋଇଥିବା ମେମୋରି ଚିପ୍ ମୁଖ୍ୟ କାରଣ ବୋଲି କୁହାଯାଉଥିଲା । ଏହାର ରହସ୍ୟ ଖୋଲିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା । ହେଲେ ଅଧପନ୍ତରିଆ ହୋଇ ରହିଗଲା ତଦନ୍ତ । ମମିତା ମେହର ହତ୍ୟାକାଣ୍ଡ ମାମଲାରେ ମଧ୍ୟ ମୁଖସାକ୍ଷୀ ଥିଲା ମୋବାଇଲ ଓ ପେନଡ୍ରାଇଭ୍ । ହେଲେ ପୋଲିସର ଘଟଣାର କୌଣସି ରହସ୍ୟ ଭେଦି ପାରିନଥିଲା । ପୋଲିସର ଏହି ବିଫଳତା ପାଇଁ ଏସଏଫଏସଏଲକୁ ବିଭିନ୍ନ ମହଲରେ ଦାୟୀ କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/kiguimjh.jpg)