କନକ ବ୍ୟୁରୋ : ଅର୍ଚ୍ଚନାଙ୍କ କଳା କାରନାମାର ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନାରେ ଜଣେ ଯୁବତୀ ଦେଇଥିବା ଅଭିଯୋଗ ଅନୁସାରେ ନିଶା ଦେଇ ଉଲଗ୍ନ ପରେ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା । ଏମତିକି ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଖଗେଶ୍ୱର ବିଭିନ୍ନ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରୁଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ସେ ୨୦୧୮ ମସିହାରେ ଚାକିରି ସନ୍ଧାନରେ ଭୁବନେଶ୍ୱର ଆସିଥିଲେ ।
ଜାଗମରାସ୍ଥିତ ଜଣେ ପ୍ରଯୋଜକଙ୍କ ଘରେ ରହୁଥିଲେ । ଅର୍ଚ୍ଚନା ଓ ଜଗବନ୍ଧୁ ତଳ ଘରେ ଭଡାରେ ରହୁଥିଲେ । ଯୁବତୀଙ୍କୁ ଅଳ୍ପ ଦିନରେ ଅଧିକ ଟଙ୍କା କମାଇବାର ଲୋଭ ଦେଖାଇଥିଲେ । ଆଉ ଅଶ୍ଳୀଳ ଭିଡିଓ ବନାଇ ବ୍ଲାକମେଲ କରିଥିଲେ । ୨୦୧୯ ମସିହାରେ ସେ ରହୁଥିବା ଭଡା ଘର ଛାତ ଉପରେ ଏକ ପାର୍ଟି ହୋଇଥିଲା । ଏହି ପାର୍ଟିରେ ଯୁବତୀଙ୍କୁ ନିଶା ପିଆଇ ବେହୋସ୍ କରିଦେଇଥିଲେ । ଅର୍ଚ୍ଚନା ଓ ଜଗବନ୍ଧୁ ତାଙ୍କ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରିଥିବା ସେ ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/uykjmhukyjmh.jpg)