କନକ ବ୍ୟୁରୋ : ଅର୍ଚ୍ଚନା ମାମଲାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କୁ ଘେରିବା ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ପ୍ରତିକ୍ରିୟା ରଖି ବିଜେଡି କହିଛି ତଦନ୍ତକାରୀ ସଂସ୍ଥାର ଆଳ ଦେଖାଇ ଖସିଯିବାକୁ ଚାହୁଁଛି ବିଜେପି ।
ସେପଟେ, ଏହି ଘଟଣାରେ ବିଜେଡ଼ିର କେଉଁ କେଉଁ ପ୍ରଭାବଶାଳୀ ନେତା ସମ୍ପୃକ୍ତ ଅଛନ୍ତି ତାର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ପୋଲିସ ଗିରଫ କରିଛି । ପୋଲିସ ଏତେ ତତ୍ପର କେମିତି ହେଲା ବୋଲି ପ୍ରଶ୍ନ କରିଛି । ଏଥିରେ କେଉଁ ମନ୍ତ୍ରୀ ଓ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ଅଛି ସେମାନଙ୍କ ନାଁ ପୋଲିସ କାହିଁକି ସ୍ପଷ୍ଟ କରୁନି ବୋଲି ବିଜେପି କହିଛି । କାହାର ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/29-3.jpg)