ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମିଳିବ କି ବେଲ୍? ଆଜି ଜାମିନ ଆବେଦନର ରାୟ ଶୁଣାଇ ପାରନ୍ତି ଭୁବନେଶ୍ୱର ଏସଡିଜିଏମ କୋର୍ଟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ମିଳିବ କି ବେଲ୍? ଆଜି ଜାମିନ ଆବେଦନର ରାୟ ଶୁଣାଇ ପାରନ୍ତି ଭୁବନେଶ୍ୱର ଏସଡିଜିଏମ କୋର୍ଟ

କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବେଲ୍ ମିଳିବ ନା ଜେଲରେ ରହିବାକୁ ପଡିବ । ଆଜି ଜାମିନ ଆବେଦନର ରାୟ ଶୁଣାଇ ପାରନ୍ତି ଭୁବନେଶ୍ୱର ଏସଡିଜିଏମ କୋର୍ଟ । ଗତକାଲି କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଗତକାଲି କୋର୍ଟରେ ଅର୍ଚ୍ଚନା ନାଗଙ୍କୁ ହାଜର କରାଯାଇଥିଲା ।

ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଯେଉଁ ଏତଲା ଦେଇଥିଲେ ସେହି ମାମଲାରେ ହାଜର ହୋଇଥିଲେ ଅର୍ଚ୍ଚନା । ତାଙ୍କ ଓକିଲଙ୍କ ପକ୍ଷରୁ ଜାମିନ୍ ଆବେଦନ କରାଯାଇଥିଲା । କୋର୍ଟରେ ହାଜର ହେବା ବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ବିନା ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । କୋର୍ଟରୁ ବାହାରିବାବେଳେ କହିଥିଲେ, ଅପେକ୍ଷା କରନ୍ତୁ ତଦନ୍ତ ହେଉ, ସତ୍ୟ ସାମନାକୁ ଆସିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe