କନକ ବ୍ୟୁରୋ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ବେଲ୍ ମିଳିବ ନା ଜେଲରେ ରହିବାକୁ ପଡିବ । ଆଜି ଜାମିନ ଆବେଦନର ରାୟ ଶୁଣାଇ ପାରନ୍ତି ଭୁବନେଶ୍ୱର ଏସଡିଜିଏମ କୋର୍ଟ । ଗତକାଲି କୋର୍ଟ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଗତକାଲି କୋର୍ଟରେ ଅର୍ଚ୍ଚନା ନାଗଙ୍କୁ ହାଜର କରାଯାଇଥିଲା ।
ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଯେଉଁ ଏତଲା ଦେଇଥିଲେ ସେହି ମାମଲାରେ ହାଜର ହୋଇଥିଲେ ଅର୍ଚ୍ଚନା । ତାଙ୍କ ଓକିଲଙ୍କ ପକ୍ଷରୁ ଜାମିନ୍ ଆବେଦନ କରାଯାଇଥିଲା । କୋର୍ଟରେ ହାଜର ହେବା ବେଳେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଅର୍ଚ୍ଚନା । ସେ କହିଛନ୍ତି, ବିନା ପ୍ରମାଣରେ ମିଛ ଖବର ପ୍ରସାରଣ କରନ୍ତୁ ନାହିଁ । କୋର୍ଟରୁ ବାହାରିବାବେଳେ କହିଥିଲେ, ଅପେକ୍ଷା କରନ୍ତୁ ତଦନ୍ତ ହେଉ, ସତ୍ୟ ସାମନାକୁ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/15-16.jpg)