କନକ ବ୍ୟୁରୋ : ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପୁଲିସ ଅର୍ଚ୍ଚନା ରହୁଥିବା ଘରର ମାଲିକଙ୍କୁ ଜେରା କରିଛି । ବରମୁଣ୍ଡାରେ ଅର୍ଚ୍ଚନା ରହୁଥିବା ଭଡା ଘରର ମାଲିକଙ୍କୁ ପୁଲିସ ପଚରାଉଚରା କରିଛି । କେବେଠୁ ଅର୍ଚ୍ଚନା ସେଠାରେ ରହୁଥିଲେ, କେଉଁ କେଉଁମାନେ ସେଠାକୁ ଆସୁଥିଲେ, କେତେ ଟଙ୍କା ଭଡା ଦେଉଥିଲେ ଆଦି ପ୍ରଶ୍ନ ପଚାରିଛି । ଏପଟେ ଆଜି ଜେଲରୁ ବାହାରିବେ ବହୁ ଚଚ୍ଚିତ ରାଣି ମହୁମାଛି ଅର୍ଚ୍ଚନା ନାଗ । ସକାଳ ୯ଟାରୁ ଜେଲରୁ ବାହାରି ସିଧା କୋର୍ଟ ଯିବେ ଅର୍ଚ୍ଚନା । ଆଜି ତାଙ୍କ ବ୍ଲାକେମେଲିଂ ମାମଲାର ଶୁଣାଣି ହେବାର ଅଛି । କୁହାଯାଉଛି ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପୁଣି ପଚରାଉଚରା କରିପାରେ ପୁଲିସ ।
ବ୍ଲାକମେଲ୍ ରାଣୀ ଅର୍ଚ୍ଚନାର ନାଗଫାଶରେ ପଡ଼ିଥିଲେ ବିଜେପିର ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ । ଅର୍ଚ୍ଚନାଙ୍କ ସହ ଗୋଟିଏ ଫ୍ରେମରେ ଫଟୋ ଉଠାଇଥିଲେ କନକ ବର୍ଦ୍ଧନ । ୨୦୨୦ ମସିହାରେ କେଭିଙ୍କ ବିରୋଧରେ ଥାନାରେ ସାଂଘାତିକ ଅଭିଯୋଗ କରିଥିଲେ ଅର୍ଚ୍ଚନା । ସେ ଦେଇଥିବା ଏଫଆଇଆର୍ କପି କନକ ନ୍ୟୁଜ ହାତରେ ଲାଗିଛି । ଆଉ ଏତିକି ବେଳେ ଅର୍ଚ୍ଚନାଙ୍କ ସହ କେଭିଙ୍କ ଫଟୋ ମଧ୍ୟ ହସ୍ତଗତ ହୋଇଛି । କେଉଁ ପରିସ୍ଥିତିରେ ସେ ଏହି ଫଟୋ ଉଠେଇଥିଲେ, ତାହା ଜଣା ପଡିନାହିଁ । ଏ ନେଇ କନକ ବର୍ଦ୍ଧନଙ୍କ ପ୍ରତିକ୍ରିୟା ମଧ୍ୟ ମିଳିନାହିଁ ।
ତେବେ ଡ୍ରଇଁରୁମରେ ଉଠା ଯାଇଥିବା ଏହି ଫଟୋ ଦର୍ଶାଉଛି ଯେ କେଭିଙ୍କ ସହ ଅର୍ଚ୍ଚନାଙ୍କ ପରିଚୟ ଥିଲା । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, କେଭିଙ୍କ ବିରୋଧରେ ଥାନାରେ ଅର୍ଚ୍ଚନାଙ୍କ ସାଂଘାତିକ ଅଭିଯୋଗ । ୨୦୨୦ରେ ଅର୍ଚ୍ଚନା ଦେଇଥିବା ଏଫଆଇଆର୍ରେ ବଡ଼ ଅଭିଯୋଗ ଆଣିଥିଲେ । କନକ ବର୍ଦ୍ଧନ ସିଂଦେଓ କୁଆଡ଼େ ତାଙ୍କ ରାଜନୈତିକ କ୍ୟାରିୟର ବନାଇଦେବାର ପ୍ରଲୋଭନ ଦେଖାଇ ତାଙ୍କ ସହ ସମ୍ପର୍କ ରଖିବା ପାଇଁ କହିଥିଲେ । ନିର୍ବାଚନରେ ଟିକେଟ ଦେବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ରକ୍ଷା କରିନଥିଲେ ବୋଲି କେଭିଙ୍କ ବିରୋଧରେ ଅର୍ଚ୍ଚନା ଅଭିଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Screen-Shot-2022-10-11-at-7.21.45-AM.png)