କନକ ବ୍ୟୁରୋ : ବାଳକାଟି ମଟନ, ପାରାଦ୍ୱିପ ଇଲିସି, ବାଲେଶ୍ୱର କଙ୍କଡା ଓ କେନ୍ଦୁଝର କୁକୁ ଡା । ତା ସାଙ୍ଗକୁ ଛଟା ଚିଙ୍ଗୁଡିକୁ ଗୋଟା ପୋହଳା ।ଏହି ଭଳି କିଛି ଦେଶୀ ଖାଦ୍ୟ ମାଗଣାରେ ଖାଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି ଆସିଷ୍ଟାଂଟ୍ ଇଜିନିୟର ମାଡାମ ନିବେଦିତା ମହାନ୍ତି । ଶ୍ରାବଣ ମାସରେ ବି ଆମିଶ ଖାଇବାକୁ ଜିଦ୍ ଧରୁଥିଲେ ମାଡାମ । ମାଡାମଙ୍କୁ ଖୁସି କରିବା ପାଇଁ ଠିକାଦାର ମାନେ ମଧ୍ୟ ଆମିଶ ବାରି ଦେଖି ଅଫିସରେ ପହଁଚିଯାଉଥିଲେ । ଛୋଟରୁ ବଡ ଯେଉଁ କାମ ହେଉନା କାହିଁକି ବାରି ଦେଖି ଆମିଶ ଓ ଅନ୍ୟଦିନରେ ଦେଶୀ ତଟକା ପରିବା ନେଇ ନପହଁଚିଲେ ଫାଇଲ୍ ଘୁଂଚୁନଥିଲା । ଆଉ ତା ସାଙ୍ଗକୁ ମୋଟା ଅଙ୍କର ଟଙ୍କା ନ ଦେଲେ ବିଲ୍ ଅଟକି ଯାଉଥିଲା । ଯେତେବେଳେ ଠିକାଦାର ଆଉ ମାଡାମଙ୍କ ଭିତରେ ପଡିଲାନାହିଁ ସେତେବେଳେ ସାମ୍ନାକୁ ଆସିଲା ମାଡାମଙ୍କ ଆମିଶ କାହାଣୀ ।

Advertisment

ମାଡାମ ଆମିଶ ଖାଇବାରେ ଯେତିକି ଧୁରନ୍ଧର ତାଠୁ ବେଶି ଧୁରନ୍ଧର ହେଉଛନ୍ତି ଟଙ୍କା ହଜମ କରିବାରେ। ଜଟଣି ବ୍ଲକ୍ କଂତିଆ ପଂଚାୟତର କିରଣ କୁମାର ପ୍ରଧାନଙ୍କ ବର୍ଷେ ପୁରୁଣା ବିଲକୁ ଅଟକାଇଥିଲେ ନିବେଦିତା । ବିଲ ପାସ କରିବାକୁ, ୧ ଲକ୍ଷ ଟଙ୍କା ଦାବି କରିଥିଲେ। ଅଗ୍ରିମ ୫୦ ହଜାର ନଦେଲେ ଫାଇଲ ଘୁଞ୍ଚିବ ନାହିଁ ବୋଲି ସଫା ସଫା ମନା କରି ଦେଇଥିଲେ। ୫୦ ହଜାର ଲାଞ୍ଚ ନେଲା ବେଳେ, ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ଆଶିଷ୍ଟାଣ୍ଡ ଇଂଜିନିୟର ନିବେଦିତା ମହାନ୍ତି।

ନିବେଦିତାଙ୍କ ଗିରଫ ଦାରି ପରେ, ଭିଜିଲାନ୍ସ ଏବେ ନିବେଦିତାଙ୍କ ସମ୍ପତ୍ତିକୁ ନେଇ ଖୋଳତାଡ ଆରମ୍ଭ କରିଛି। କେବେଠୁ ଚାକିରୀ କରିଛନ୍ତି, ଦରମା ଠାରୁ କେତେ ତଅଧିକ ଖର୍ଚ୍ଚ କରିଛନ୍ତି, ସମ୍ପତ୍ତି କେଉଁଠି ସବୁ ରହିଛି, ଏନେଇ ଖୋଳତାଡ ଆରମ୍ଭ କରାଯାଇଛି।