ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ ପରେ ବ୍ଲାକମେଲିଂ କରୁଥିଲା ଯୁବକ

1,921

କନକ ବ୍ୟୁରୋ : ଭୁବନେଶ୍ୱରରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଖଣ୍ଡିଗିରି ଥାନା ଅଞ୍ଚଳରେ ରହୁଥିିବା ଛତିଶଗଡର ଏହି ଯୁବତୀ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କାମ କରନ୍ତି । ସଂପୃକ୍ତ ଯୁବତୀ ଏ ନେଇ ଛତିଶଗଡ ରାୟପୁର ଜିଲ୍ଲା କବିର ନଗର ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ଜିରୋ ଏଫଆଇଆରରେ ମାମଲା ରୁଜୁ କରି ରାୟପୁର ଡିଆଇଜି କମିଶନରେଟ ପୁଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି ।

ଅଭିଯୋଗ ଅନୁଯାୟୀ, ଛତିଶଗଡ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ସଂପୃକ୍ତ ୨୪ ବର୍ଷୀୟା ଯୁବତୀ ଗତବର୍ଷ ମାର୍ଚ୍ଚ ମାସରେ ଘରୋଇ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ । ସେଠାରେପୂର୍ବରୁ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ସଂପୃକ୍ତ ଯୁବକ ତାଙ୍କୁ ଜାଗମରାରେ ଥିବା ଏକ ହୋଟଲେକୁ ନେଇ ଥାଣ୍ଡ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏପରିକି ସେ ଅଶ୍ଲୀଳ ଭିଡିଓ ବି ସୁଟିଂ କରିଥିଲେ ।

ସେପ୍ଟେମ୍ବର ୧୬ରୁ ୧୮ ତାରିଖ ଯାଏଁ ୩ ଦିନ ଧରି ସଂପୃକ୍ତ ଯୁବକ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପଇସା ନ ଦେଲେ ସେ ବ୍ଲାକମେଲ କରିବାକୁ ଧମକ ଦେଇଥିଲା । ପରେ ସେ ୨ ଲକ୍ଷ ଟଙ୍କା ନେଇଥିଲେ । ୨ ଲକ୍ଷ ଟଙ୍କା ନେବା ପରେ ବି ନିର୍ଯାତନା ଥମି ନଥିଲା । ଶେଷରେ ଛତିଶଗଡ ଯାଇ ସେ ଥାନାରେ ଅଭିଯୋଗ କରିଛନ୍ତି ।