କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ବଢ଼ୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି, ଲଡୁଗାଁକୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଏହି ଅଂଚଳ ଅବରୋଧ ଅଂଚଳରେ ଥିବାରୁ କରୋନା ନିୟନ୍ତ୍ରଣ ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଲଡୁଗାଁ ବ୍ୟବସାୟୀ ପେଣ୍ଠସ୍ଥଳୀ ହୋଇଥିବାରୁ ଏହି ଅଂଚଳକୁ ନିୟମିତ ରାଜ୍ୟ ଓ ଜିଲ୍ଲା ବାହାରୁ ଅନେକ ଲୋକ ଆସନ୍ତି ।
ଆଉ ଏହାକୁ ଦୃଷ୍ଟିରେ ରଖି ଏବଂ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତି ନିଆଯାଇଛି । ସଟଡାଉନ୍ ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅବଶିଷ୍ଟ ଦୋକାନ ବଜାର ବନ୍ଦ ରହିବ । ଏପଟେ ସ୍ୱାସ୍ଥ୍ୟ କର୍ମୀମାନେ ବୁଲି ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ସଂପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/Coronavirus-COVID-19-2.jpg)