ଭେଣ୍ଡି ଅପେକ୍ଷା ଏହାର ପାଣିରେ ରହିଛି ଅନେକ ଔଷଧୀୟ ଗୁଣ । ଜାଣନ୍ତୁ କି କି ଲାଭ ମିଳେ ।

778

କନକ ବ୍ୟୁରୋ: କୁହାଯାଏ ଭେଣ୍ଡି ଏକ ନିରୋଗୀ ପରିବା । ଏହା ଖାଇବାକୁ ସ୍ୱାଦକର ହେବା ସହ ଦେହ ପାଇଁ ମଧ୍ୟ ହିତକାରୀ । ହେଲେ ଏହାଠାରୁ ଅଧିକ ନିରାମୟ ହେଉଛି ଏହାର ପାଣି । ଭେଣ୍ଡି ପାଣିରେ ରହିଛି ପ୍ରଚୂର ମାତ୍ରାରେ ଔଷଧୀୟ ଗୁଣ ।

ପ୍ରତିଦିନ ଖାଲି ପେଟରେ ଭେଣ୍ଡିର ପାଣିକୁ ପିଇବା ଶରୀରକୁ ପତଳା ହେବାରେ ସାହାଯ୍ୟ କରେ । ଏହା ଆପଣଙ୍କ ମେଟାବୋଲିଜିମକୁ ବଢାଇଥାଏ । ଫଳରେ ଶରୀରର ଓଜନ ଦ୍ରୁତ ଗତିରେ ହ୍ରାସ ପାଇଥାଏ ।

ଆଖି ପାଇଁ ଭେଣ୍ଡି ପାଣି ବେଶ ଉପକାରୀ । ନିୟମିତ ଏହାକୁ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ଭଲ ରହିଥାଏ । ଏହାସହ ଆଖିର ଥକାପଣ ମଧ୍ୟ ଦୂରେଇଯାଏ ।
ପ୍ରତିଦିନ ଭେଣ୍ଡିପାଣି ସେବନ ଦ୍ୱାରା ଡାଇରିଆ ତଥା ଡିହାଇଡ୍ରେସନ୍ ସମସ୍ୟାରୁ ଅତିଶିଘ୍ର ମୁକ୍ତି ଦିଏ ।

ମଧୁମେହ ରୋଗ ନିୟନ୍ତ୍ରଣ କରିବାରେ ଭେଣ୍ଡିର ପାଣିକୁ ସେବନ କରିବା କରିବା ବେଶ ଫଳପ୍ରଦ ।

ସବୁଠୁ ବଡ କଥା ହେଉଛି ଭେଣ୍ଡିପାଣି କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖେ । ପ୍ରତ୍ୟେକଦିନ ଭେଣ୍ଡିପାଣି ପିଇଲେ ଖରାପ କୋଲେଷ୍ଟ୍ରଲ ସ୍ତର କମ୍ ରହେ ।

ଆନେମିଆ ବା ରକ୍ତହୀନତା ସମସ୍ୟାକୁ ମଧ୍ୟ ଦୂର କରିଥାଏ ଭେଣ୍ଡି ପାଣି । ଏହାଦ୍ୱାରା ଶରୀରରେ ଆଇରନର ଅଭାବ ମଧ୍ୟ ପୂରଣ ହୋଇପାରେ ।

ଏହାକୁ ପ୍ରସ୍ତୁତ କରିବେ କିପରି?
ରାତିରେ ୨ରୁ ୩ଟି ଭେଣ୍ଡିକୁ କାଟି ୧ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ସକାଳ ହେବା ବେଳକୁ ଏହାର ଲାଳ ଅଂଶ ପାଣିରେ ମିଶିଯାଇଥାଏ । ସକାଳୁ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ ।