ବ୍ରହ୍ମପୁରରେ ଆପେଣ୍ଡିସାଇଟସ ଅସ୍ତ୍ରୋପଚାର ବେଳେ ମହିଳାଙ୍କ ମୃତ୍ୟୁ । ଘରୋଇ କ୍ଲିନିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତେଜନା

ଜିଲ୍ଲାପାଳଙ୍କୁ ପୁଲିସ ଓ ସ୍ୱାସ୍ଥ୍ୟବିଭାଗର ରିପୋର୍ଟ

1,885

କନକ ବ୍ୟୁରୋ: ବ୍ରହ୍ମପୁର ବ୍ରହ୍ମାନଗରରେ ଥିବା ଗୁରୁଦେବ ହସ୍ପିଟାଲରେ ଜଣେ ଅସ୍ତ୍ରୋପଚାର ପାଇଁ ଆସିଥିବା ଜଣେ ମହିଳାଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜୋର ଧରିଛି । ହସପିଟାଲରେ ଗତ ୧୭ ତାରିଖ ଦିନ ଐଶ୍ୱର୍ଯ୍ୟା ସିଂଦେଓ ନାମକ ଜଣେ ନବ ବିବାହିତା ମହିଳାଙ୍କୁ ଭର୍ତିିର୍ କରାଯାଇଥିଲା । ତାଙ୍କର ଆପେଣ୍ଡିସାଇଟିସ ଅସ୍ତ୍ରୋପଚାର କରାଯାଇଥିଲା । କିନ୍ତୁ ଅସ୍ତ୍ରୋପଚାରର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ରାତି ୧ ସମୟରେ ହସ୍ପିଟାଲରେ ଗଣ୍ଡଗୋଳ ହୋଇଛି ।

ପରିବାର ଲୋକ ଅଭିଯୋଗ କରିଛନ୍ତି ଅଧିକ ପରିମାଣରେ ନିଶ୍ଚେତକ ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହାପରେ ହସ୍ପିଟାଲର ମାଲିକ ଓ ଡ଼ାକ୍ତର ପ୍ରଭାତ ପାଣିଗ୍ରାହିଙ୍କୁ ଥାନାକୁ ନିଆଯାଇଥିଲା । ଜିଲ୍ଲା ପ୍ରଶାସନ ଚଢାଉ କରିବା ପରେ ଜିଲ୍ଳାପାଳଙ୍କୁ ରିପୋର୍ଟ ଦିଆଯାଇଛି । ସେପଟେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ସଠିକ ତଥ୍ୟ ଜଣାପଡ଼ିବ । ସେହି ଗୁରୁଦେବ ହସ୍ପିଟାଲକୁ ବନ୍ଦ କରିବା ପାଇଁ ଦାବି ଜୋର ଧରିଛି ।