ସାବାଡ ହେଲେ ରୋଡ୍ ରୋମିଓ । ରାସ୍ତା ଉପରେ ଅସଦାଚରଣ କରିବା ପଡିଲା ମହଙ୍ଗା । ନିସ୍ତୁକ ମାଡମାରି ପୋଲିସକୁ ଦେଲେ ଯୁବତୀ ଓ ସ୍ଥାନୀୟ ଲୋକ

674

କନକ ବ୍ୟୁରୋ: ଶ୍ରୀକ୍ଷେତ୍ରରେ ସାବାଡ ହେଲେ ରୋଡ୍ ରୋମିଓ । ଯୁବତୀଙ୍କୁ କମେଂଟ୍ ମାରିବା ମହଙ୍ଗା ପଡିଛି । ନିସ୍ତୁକ ମାଡ ମାରି ଯୁବକଙ୍କୁ ପୋଲିସରେ ଦେଇଛନ୍ତି ଯୁବତୀ ଓ ସ୍ଥାନୀୟ ଲୋକ । ଶନିବାର ସନ୍ଧ୍ୟାରେ ପୁରୀ ବଡଦାଣ୍ଡରେ ଏଭଳି ଘଟଣା ଘଟିଛି । ସଂପୃକ୍ତ ବ୍ୟକ୍ତି ଜଣକ କମେଂଟ୍ ମାରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ତେବେ ବଡ କଥା ହେଉଛି, ସଂପୃକ୍ତ ବ୍ୟକ୍ତିଙ୍କୁ ଧରି ନିସ୍ତୁକ ମାଡ ମାରିଛନ୍ତି ଯୁବତୀ । ବିଚ୍ ରାସ୍ତାରେ ଦୁର୍ବୃତଙ୍କୁ କାବୁ କରିବା ପରେ ପହଁଚିଯାଇଥିଲେ ସ୍ଥାନୀୟ ଲୋକ । ଏହାପରେ ସମସ୍ତଙ୍କ ସାମ୍ନାରେ ଯୁବତୀ, ସଂପୃକ୍ତ ଯୁବକଙ୍କୁ ମାଡ ମାରିଥିଲେ । ପରେ ତାଙ୍କୁ ପୋଲିସରେ ଦିଆଯାଇଥିଲା ।