କନକ ବ୍ୟୁରୋ : ଲଦାଖରୁ ଆସିଛି ଏକ ଦୁଖଦ ଖବର । ଏଠାରେ ୨୬ ଜଣ ଯବାନଙ୍କୁ ନେଇ ଯାଉଥିବା ଏକ ବାହନ ସୋକ୍ ନଦୀକୁ ଖସିପଡିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ ହୋଇଛି । ୨୬ ଯବାନଙ୍କ ଏକ ଟିମ୍ ପରତାପୁରର ଟ୍ରାନଜିଟ୍ କ୍ୟାମ୍ପରୁ ହନିଫର ଫରୱାର୍ଡ ଅଞ୍ଚଳକୁ ଯାଉଥିଲେ । ଠିକ୍ ସକାଳ ୯ ଟାରେ ଥୁଇସରୁ ପାଖାପାଖି ୨୫ କିଲୋମିଟର ଦୂର ବାକିଥିବା ବେଳେ ଗାଡିଟି ସ୍ଲିପ ମାରି ସୋକ ନଦୀକୁ ଖସିପଡିଥିଲା । କୁହାଯାଉଛି କି ସଡକ ପତନ ଠାରୁ ୫୦ ରୁ ୬୦ ଫୁଟ ତଳକୁ ଗାଡିଟି ଖସିପଡିଥିଲା । ଏହି ସୂଚନା ପାଇବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଂଚି ସମସ୍ତ ୨୬ ଜଣ ଯବାନଙ୍କୁ ଉଦ୍ଧାର କରି ପରତାପୁର ୪୦୩ ଫିଲ୍ଡ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ୭ ଜଣ ଯବାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାପରେ ଅନ୍ୟମାନଙ୍କର ଚିକିତ୍ସା ଚାଲିଛି । ସେପଟେ ଲେହରୁ ଏକ ସର୍ଜିକାଲ ଟିମ ପରତାପୁର ପଠାଯାଇଛି ।

Advertisment