ଭାରତ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଉଛି ଚୀନ । ଲଦାଖ ସୀମାରେ ବଢାଉଛି ସୈନ୍ୟ ସଂଖ୍ୟା । ଜବାବ୍ ଦେବାକୁ ସୀମାରେ ୫୦ ହଜାର ସୈନ୍ୟ ଠୁଳ କଲା ଭାରତ

1,319

କନକ ବ୍ୟୁରୋ : ଭାରତ ଓ ଚୀନ ମଧ୍ୟରେ ଲାଗିଥିବା ସୀମା ବିବାଦକୁ ମେଣ୍ଟାଇବାକୁ ଚୀନ ଓ ଭାରତ ମଧ୍ୟରେ ଅନେକଥର ବୈଠକ ହୋଇ ସାରିଛି । ହେଲେ ଏହି ବୈଠକରୁ କିଛି ନିଷ୍କର୍ସ ବାହାରିପାରି ନଥିବା ବେଳେ ଏବେ ଲଦାଖ ସୀମାରେ ପୁଣିଥରେ ଚୀନ ସେନା ଠୁଳ କରୁଥିବା ସୂଚନା ମିଳିଛି । ଚୀନର ଏଭଳି କାର୍ଯ୍ୟକୁ ଦେଖି ଭାରତ ବି ଜବାବ୍ ଦେବାକୁ ପ୍ରସ୍ତୁତ ହୋଇଛି । ଭାରତ ପକ୍ଷରୁ ଲଦାଖ ସୀମାରେ ୫୦ ହଜାର ସୈନ୍ୟ ଠୁଳ କରିଛି । ଉଭୟ ପକ୍ଷରୁ ସୀମାରେ ସେନା ଠୁଳ କରିବା ପରେ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ପୂର୍ବ ବର୍ଷ ହୋଇଥିବା ଲଢେଇରେ ଚୀନ ପକ୍ଷରୁ ଯେତେ ସୈନିକ ଠୁଳ କରାଯାଇଥିଲା ସେହି ତୁଳନାରେ ଏବେ ୧୫ ପ୍ରତିଶତ ଅଧିକ ସେନା ଠୁଳ କରିଥିବା କୁହାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଭାରତ ପକ୍ଷରୁ ସୀମାରୁ ସେନା ପ୍ରତ୍ୟାହାର ନେଇ ଚୀନ ସହିତ ଆଲୋଚନା କରିବାର କିଛିମାସ ପରେ ଏବେ ପିପୁଲ୍ସ ଲିବରସେନ ଆର୍ମି ସୀମାରେ ସୈନିକ ସଂଖ୍ୟା ବଢାଇ ପାଖା ପାଖି ୫୦ ହଜାରରେ ପହଂଚାଇଛି । ଏହା ନିଶ୍ଚିନ୍ତ ଭାବେ ଭାରତ ପାଇଁ ଚିନ୍ତାର ବିଷୟ ପାଲଟିଛି ।

ଏଲଏସି ସହିତ ଲଦାଖରେ ଚୀନ ସେନାକୁ ଜବାବ୍ ଦେବାକୁ ଭାରତ ତରଫରୁ ଅତିରିକ୍ତ ଷ୍ଟ୍ରାଇକ ଫୋର୍ସ ଠୁଳ କରିଛି । ମଥୁରାରେ ପ୍ରସ୍ତୁତ ହୋଇଥିବା ଷ୍ଟ୍ରାଇକ୍ ଫୋର୍ସକୁ ବି ଲଦାଖର ଉତ୍ତର ସୀମାକୁ ପଠାଯାଇଛି । ଏହାସହ ୧୭ ମାଉଣ୍ଟେନ ଷ୍ଟ୍ରାଇକ୍ ଫୋର୍ସର ଅତିରିକ୍ତ ୧୦ ହଜାର ଯାବାନଙ୍କୁ ବି ଏଲଏସିରେ ଠୁଳ କରାଯାଇଥିବା କଥା ସୂଚନା ମିଳିଛି । ସେପଟେ ଭାରତୀୟ ବାୟୁସେନା ବି ତାର କାର୍ଯ୍ୟ ଆରମ୍ଭ କରିଛି । ରାଫେଲ ସହିତ ମିଗ-୨୯ ଓ ସୁ-୩୦ ଜାହଜକୁ ଟୁକଡି ଉତ୍ତର ସୀମାରେ ସକ୍ରିୟ ରହିବା ସହ ରାଫେଲର ଦ୍ୱିତୀୟ ସ୍କ୍ୱାଡେନକୁ ଅପରେଶନରେ ନିଯୁକ୍ତ କରାଯାଇପାରେ ।

Comments are closed.