ପ୍ରକୃତିର ମନଲୋଭା ସୌନ୍ଦର୍ଯ୍ୟ ! ୧୦୦ ଫୁଟ ଗଭୀରତା ଥିବା ଏହି ହ୍ରଦ ପାଲଟି ଯାଏ ବରଫ ।

55

ଲଦାଖ ଠାରେ ମୋରୀରି ସ୍ନୋ ହ୍ରଦ ରହିଛି, ଯାହା ପ୍ରତି ବର୍ଷ ବରଫରେ ପରିଣତ ହୋଇଥାଏ । ଏହି ହ୍ରଦ ପାଖାପାଖି ୨୮ କିଲୋମିଟର ଲମ୍ବା ଅଟେ ଏବଂ ଏହାର ଗଭୀରତା ୧୦୦ଫୁଟ ଅଟେ । ଏହି ହ୍ରଦଟି ବରଫରେ ପରିଣତ ହେବା ପରେ ଏହାର ସୌନ୍ଦର୍ଯ୍ୟ ବଢିଯାଇଥାଏ ।

ମୋରୀରି ହ୍ରଦ ସମ୍ପୂର୍ଣ୍ଣ ପ୍ୟାଂଗଙ୍ଗ ହ୍ରଦ ପରି ଅଟେ । କିନ୍ତୁ ଏହା କମ ଲୋକପ୍ରିୟ ଅଟେ । ଆଉ ସେଥିପାଇଁ ଏଠାକୁ ବହୁତ କମ କିମ୍ବା ବଛା ବଛା ପର୍ଯ୍ୟଟକ ହିଁ ଆସିଥାନ୍ତି । ଏହି ହ୍ରଦଟି ଚାଂଗତାଂଗ ବନ୍ୟ ଜୀବ ଅଭୟାରଣ୍ୟ ଠାରେ ଅବସ୍ଥିତ । ଏହି ହ୍ରଦଟି ବରଫ ପାହାଡରୁ ବୋହି ଆସିଛି । ଲେହ ଠାରୁ ଏହାର ଦୂରତା ପାଖାପାଖି ୨୨୦ କିଲୋମିଟର ଅଟେ ।

ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ଏହି ହ୍ରଦରେ ବରଫ ଜମି ହୋଇ ରହିଥାଏ । ଏହାର କାରଣ ହେଉଛି ଏଠାକାର ତାପମାତ୍ରା ବହୁତ ହି କମ ରହିଥାଏ । ଏହି ହ୍ରଦଟିକୁ ଆଦ୍ର ଭୂମି ରିଜର୍ଭ ଘୋଷଣା କରାଯାଇଛି । ଏଠାରେ କାଁ ଭାଁ କେତେବେଳେ ପକ୍ଷୀ ଦେଖିବାକୁ ମିଳିଥାଏ ।

ଏହି ହ୍ରଦକୁ ମାଉଣ୍ଟେନ ଲେକ ବୋଲି ମଧ୍ୟ କୁହାଯାଇଥାଏ । ଏହାର କାରଣ ହେଉଛି ଏହା ହିମାଳୟ ପାହାଡରୁ ବୋହି ଆସିଛି । ଏହି ହ୍ରଦକୁ ପହଞ୍ଚିବା ପାଇଁ ରାସ୍ତା ଅତ୍ୟନ୍ତ କଷ୍ଟକର । କିନ୍ତୁ ଦୁଃସାହସିକ କାର୍ଯ୍ୟ କରୁଥିବା ପର୍ଯ୍ୟଟକ ଦୂରଦୂରାନ୍ତରରୁ ଏଠାକୁ ଧାଇଁ ଆସିଥାନ୍ତି ।

ଶ୍ରୀନଗରରୁ ୪୨୦ କିଲୋମିଟର ଯାତ୍ରା କରି ପର୍ଯ୍ୟଟକ ଲେହ ଆସିପାରିବେ । ଏହା ପରେ ଏହି ସୁନ୍ଦର ହ୍ରଦ ପାଖକୁ ଆସିପାରିବେ ।