ଭାରତ-ଚୀନ ସୀମା ବିବାଦ ଭିତରେ ପୂର୍ବ ଲଦାଖରୁ ଆସିଲା ବଡ ଖବର ସେନାର ସ୍ଥିତି ନେଇ ବାର୍ଷିକ ପୁଲିସ ବୈଠକରେ ଲେହ ପୁଲିସର ବରିଷ୍ଠ ଅଧିକାରୀଙ୍କ ସୂଚନା

187

କନକ ବ୍ୟୁରୋ : ଇଷ୍ଟର୍ଣ୍ଣ ଲଦାଖରେ ଅସ୍ତିତ୍ୱ ହରାଇଛି ଭାରତ । ୨୬ଟି ପାଟ୍ରୋଲିଂ ପଏଂଟରେ ନାହିଁ ସେନାର ଅବସ୍ଥିତି । ୬୫ ଫ୍ଲାସ୍ ପଏଟଂରୁ ୨୫ଟି ଭାରତର ନିୟନ୍ତ୍ରଣ ହରାଇଛି ବୋଲି ଲଦାଖର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଚୀନ ସୀମା ବିବାଦକୁ ନେଇ ତିକ୍ତତା ଲାଗି ରହିଥିବାବେଳେ ସୀମା ସୁରକ୍ଷାକୁ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । କାରାକୋରମ ପାସ ଠାରୁ ଚୁମୁର ମଧ୍ୟରେ ୬୫ଟି ଫ୍ଲାସ୍ ପଏଂଟ ରହିଛି । ୩୫ଶହ କିଲୋମିଟର ସୀମାରେ ଭାରତୀୟ ସିକ୍ୟୁରିଟି ଫୋର୍ସ ପକ୍ଷରୁ ପାଟ୍ରୋଲିଂ କରାଯାଇଥାଏ । ମାତ୍ର କିଛି ଦିନ ହେବ ପହଁରା ଦିଆଯାଉନଥିବାରୁ ୨୬ଟି ପ୍ଲାସ ପଏଂଟ ଉପରୁ ଭାରତ ନିୟନ୍ତ୍ରଣ ହରାଇଛି ବୋଲି ଲେହ ଲଦାଖ ଏସପି ପିଡି ନିତ୍ୟ କହିଛନ୍ତି । ଭାରତ ହାତରୁ ନିୟନ୍ତ୍ରଣ ଖସୁଥିବା ଚୀନ ସେନା ଏହାର ଲାଭ ଉଠାଇ ଇଂଚ ପରେ ଇଂଚ ସ୍ଥାନ ଅକ୍ତିଆର କରୁଛି । ଗତ ସପ୍ତାହରେ ଦିଲ୍ଲୀରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ଏନେଇ ରିପୋର୍ଟ ଦିଆଯାଇଛି ।ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଓ ଏନଏସଏ ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ ।