କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ବ୍ଲକରୁ ଗଡିଲା ଲକ୍ଷ୍ମୀ ବସ୍ । ଗାଁରେ ଦାଣ୍ଡରେ ମିଳିବ ଲକ୍ଷ୍ମୀ ବସ ସୁବିଧା । ମାତ୍ର ୫ ଟଙ୍କା ଦେୟରେ ଏହି ବସରେ ଯାତ୍ରା ଆରମ୍ଭ କରି ପାରିବେ ମହିଳାମାନେ । ପ୍ରତି ପଂଚାୟତରରୁ ବ୍ଲକକୁ ଯିବାଆସିବା ପାଇଁ ଯୋଡି ହେଲା ଲକ୍ଷ୍ମୀ ବସ । ନିଆଳି ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୨ଟି ଲକ୍ଷ୍ମୀ ବସ ଗଡିଛି । ଏହା ପରେ ପ୍ରତିଟି ଗ୍ରାମାଂଚଳରେ ଗଡିବ ଲକ୍ଷ୍ମୀ ବସ୍ ।

Advertisment

ବିଜୁ ବାବୁଙ୍କ ୧୦୮ ତମ ଜନ୍ନ ତିଥିରେ ଗତକାଲି ନିଆଳି ବିଧାୟକ ପ୍ରମୋଦ ମଲ୍ଲିକ ପ୍ରଥମେ ନିଆଳି ଅଚିହ୍ନା ପଡିଆ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟା କେନ୍ଦ୍ରକୁ ଯାଇ ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ପରେ ପରେ ନିଆଳି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ୨ଟି ଲକ୍ଷ୍ମୀ ବସ୍କୁ ନଡିଆ ବାଡେଇ ଓ ପତାକା ହଲାଇ ଶୁୁଭାରମ୍ଭ କରିବା ସହ ନିଜେ ବସରେ ଯାତ୍ରା କରିଥିଲେ । ଏହି ବସରେ ବ୍ଲକ ଅଧ୍ୟକ୍ଷ ,ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ପରିଷଦ ସଭ୍ୟା ,ବିଭିନ୍ନ ସରପଂଚ ସମିତି ସଭ୍ୟ ସହ ମିଶନ ଶକ୍ତିର ମହିଳାମାନେ ଯାତ୍ରା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨ଟି ଲକ୍ଷ୍ମୀ ବସ୍ ତୁହୁଡି ,ସଡାଂଶ ଜଲ୍ଲାରପୁର ଦେଇ ନିଆଳିରେ ପହଞ୍ଚିବ । ଓ ଦ୍ୱିତୀୟ ବସ୍ ନିଭରଣ ,ବିନିଶପୁର, କୃଷ୍ଣପ୍ରସାଦ, ମାଧବ ଦେଇ ନିଆଳିରେ ପହଁଚିବ । ଅଧିକ ଆଲୋଚନା କରିଛନ୍ତି ଆମ ନିଆଳି ପ୍ରତିନି ପ୍ରତାପ କୁମାର ମଲ୍ଲିକ ।