କନକ ବ୍ୟୁରୋ: କେଉଁଠି ବର୍ଷା, କେଉଁଠି ଶୁଖିଲା । ଜୁଲାଇ ଦ୍ୱିତୀୟ ସପ୍ତାହରେ ଏହା ହେଉଛି ରାଜ୍ୟର ଚିତ୍ର । ଓଡିଶାକୁ ଛୁଇଁ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଛି । ସାରା ରାଜ୍ୟରେ ବିକ୍ଷିପ୍ତ ଭାବରେ ବର୍ଷା ଜାରି ରହିଛି । ୨୪ ଘଂଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ ଅଧିକ । ତେବେ ଏବେ ବି ଅଧିକାଂଶ ଅଂଚଳ ବର୍ଷାକୁ ଚାତର ଭଳି ଚାହିଁ ରହିଛି । ଅଧିକାଂଶ ଜିଲ୍ଲାରେ ନିଅଂଟିଆ ବର୍ଷାର ବିକଳ ଚିତ୍ର ଦେଖାଦେଇଛି । ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି ।

Advertisment

ଆପଣ ଟିଭି ସ୍କ୍ରିନରେ ରହିଛି ରାଜ୍ୟର ବିଭିନ୍ନ ସ୍ଥାନର ଦୃଶ୍ୟ । ନୟାଗଡରୁ କୁଚିଣ୍ଡା ବଲାଙ୍ଗିରରୁ ନବରଙ୍ଗପୁର ସବୁଠି ଏକା ପରିସ୍ଥିତି ।ଧାରା ଶ୍ରାବଣରେ ବର୍ଷାର ଦେଖାନାହିଁ । ଜମିଫାଟି ଆଁ କଲାଣି । ଗହିର ଭିତର ଜମିରେ ଆଣ୍ଠୁଏ ଆଣ୍ଠୁଏ ଘାଷ । କାଦୁଅ ହେଲେ ଯାଇ ତଳି ରୁଆହେବ । ବର୍ଷା ଅଭାବରୁ ଗୋରୁ ଗାଇଙ୍କ ଚରିବା ପାଇଁ ଉପଯୁକ୍ତ ସ୍ଥାନପାଲଟିଛ ଶୁଖିଲା ପଡିଥିବା ଜମି । ତଳି ଶୁଖିଗଲାଣି । ଆଗାମୀ କିଛି ଦିନରେ ବର୍ଷା ନହେଲେ ସ୍ଥିତି ସଙ୍ଗୀନ ହେବ । ମେଘ ଆସୁଛି କିନ୍ତୁ ବର୍ଷା ନ କରି ଚାଲିଯାଉଛି । ଆଉ ବର୍ଷା ନ ହେବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି । ଯଦି ଆଗକୁ ବର୍ଷା ନ ହେବ ତାହା ହେଲେ ମରୁଡି ହେବା ସୁନିଶ୍ଚିତ ବୋଲି ଚାଷୀ ଧରିନେଲାଣି ତେବେ ବର୍ଷାକୁ ଦେଖିଲେ ଗତ ୨୪ ଘଂଟାର ବର୍ଷା ସମସ୍ତଙ୍କ ପାଇଁ ଆଶ୍ୱସ୍ତି ଆଣିଛିା

୨୪ ଘଂଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ
ଏହା ସ୍ୱାଭାବିକ ବର୍ଷା ୯.୮ ମିଲିମିଟର ତୁଳନାରେ ୧ ପ୍ରତିଶତ ଅଧିକ ।
୧ ଜୁନରୁ ୧୧ ଜୁଲାଇ ମଧ୍ୟରେ ବର୍ଷା ହେବା କଥା ୨୩୨. ୭ ମିଲିମିଟର
ଏହା ସ୍ୱାଭାବିକ ବର୍ଷା ୩୧୪ ମିଲିମିଟର ତୁଳନାରେ ୨୬ ପ୍ରତିଶତ କମ୍
ଦେବଗଡ ଜିଲ୍ଲାରେ ସର୍ବାଧକ ୪୫୬. ୮ ମିମି ବର୍ଷା ରେକର୍ଡ
ଜିଲ୍ଲାରେ ସ୍ୱାଭାବିକଠାରୁ ୪୫% ଅଧିକ ବର୍ଷା
କଳାହାଣ୍ଡିରେ ସ୍ୱାଭାବିକଠାରୁ ୬୪% କମ ବର୍ଷା ରେକର୍ଡ

ଏବେ ଜମିରେ ପାଣି ନାହିଁ । ଚାଷୀ କଣ କରିବା ତାକୁ ନେଇ ଚିନ୍ତାରେ ପଡିଛି । ଆଉ ବର୍ଷା େହେଲେ ମରୁଡି ସୁନିଶ୍ଚିତ ବୋଲି ଆଶଙ୍କା ପ୍ରକାଶ ପାଇଛି ।