ଶ୍ରୀମନ୍ଦିରରେ ଫୁଲ ଅଭାବ । ମହାପ୍ରଭୁଙ୍କୁ ବାସି ଫୁଲ ଲାଗି ହେଉଥିବା ଅଭିଯୋଗ ।

829

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ଫୁଲ ଅଭାବ । କାଳିଆ ସାଆନ୍ତଙ୍କ ପାଖରେ ପ୍ରତ୍ୟେକ ଦିନ କୁଢ କୁଢ ସୁବାସିତ ଫୁଲ ଲାଗି ହୋଇଥାଏ । ହେଲେ ଏବେ ଶ୍ରୀଜଗନ୍ନାଥଙ୍କ ପାଇଁ ଫୁଲର ଅଭାବ ହେଉଥିବା ଅଭିଯୋଗ ହୋଇଛି । ବାସି ଫୁଲ ଲାଗି କରାଯାଉଥିବା ଅଭିଯୋଗ ହୋଇଛି । ତାଜା ଫୁଲ ବଦଳରେ ଫ୍ରିଜରେ ଗଚ୍ଛିତ କରି ରଖାଯାଉଥିବା ଫୁଲକୁ ଲାଗି ପାଇଁ ଦେଉଛି ଶ୍ରୀମନ୍ଦିର ପ୍ରଶାସନ । ଯାହା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପାଇଁ ବିପଦ । ଏଭଳି ସାଂଘାତିକ ଅଭିଯୋଗ ଆଣିଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ । ଏଦିଗରେ କୌଣସି ପଦକ୍ଷେପ ନିଆନଗଲେ ପରବର୍ତ୍ତୀ ପଦକ୍ଷେପ ନେବାକୁ ଚେତାବନୀ ଦେଇଛି ଶ୍ରୀମନ୍ଦିର ଛାମୁ ଖୁଣ୍ଟିଆ ନିଯୋଗ ।