ଦେଶରେ ଥମୁନି ଭିଡତନ୍ତ୍ର ହିଂସା: ବିହାର ପରେ ଝାଡଖଣ୍ଡରେ ୪ ଜଣଙ୍କୁ ପିଟିପିଟି ହତ୍ୟା

Advertisment
ଦେଶରେ ଥମୁନି ଭିଡତନ୍ତ୍ର ହିଂସା: ବିହାର ପରେ ଝାଡଖଣ୍ଡରେ ୪ ଜଣଙ୍କୁ ପିଟିପିଟି ହତ୍ୟା

କନକ ବ୍ୟୁରୋ: ହିନ୍ଦୀ ଭାଷାଭାଷୀ ଅଂଚଳରେ ଭିଡିହିଂସା ଘଟଣା ବଢିବାଲେ ଲାଗିଛି । ଉତ୍ତରପ୍ରଦେଶ, ବିହାର ପରେ ପରେ ଏବେ ଝାଡଖଣ୍ଡରେ ବି ଭିଡ ନେଇଛି ୪ ଜଣଙ୍କର ଜୀବନ । ଝାଡଖଣ୍ଡର ଗୁମଲାରେ ୪ ଜଣଙ୍କୁ ପିଟି ପଟି ହତ୍ୟା କରାଯାଇଛି । କାରଣ ଅସ୍ପଷ୍ଟ ହୋଇନଥିଲେ ମଧ୍ୟ ଡାହାଣୀ ସନ୍ଦେହରେ ଏଭଳି ହତ୍ୟାକାଣ୍ଡ ଘଟିଛି । ଏହାପରେ ଗାଁରେ ଉତ୍ତେଜନା ଲାଗିରହିଛି ।

ଖବର ଅନୁସାରେ, ଗତକାଲି ରାତିରେ ପ୍ରାୟ ୧୨ ଜଣ ମୁଖାବିନ୍ଧା ଲୋକ ଗାଁ ଭିତରେ ପଶି ସମସ୍ତଙ୍କୁ ଘରୁ ଉଠାଇନେଇଥିଲେ । ଏହା ପରେ ସେମାନଙ୍କୁ ପିଟି ପଟି ହତ୍ୟା କରିଥିଲେ । ମୃତକଙ୍କ ମଧ୍ୟରେ ଦୁଇଜଣ ମହିଳା ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ୧୨ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି । ଚଳିତବର୍ଷ ମେ’ ମାସରେ ବି ଝାଡଖଣ୍ଡରେ ଏଭଳି ଘଟଣା ଘଟିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe