ଭାରତ-ଚୀନ୍ କମାଣ୍ଡରସ୍ତରୀୟ ଆଲୋଚନାରୁ ବାହାରି ପାରିଲାନି ନିଷ୍କର୍ସ : ଭାରତ କହିଲା, ଶାନ୍ତି ବଜାୟ ପାଇଁ ପଛକୁ ହଟିଯାଉ ଚୀନ୍

ଏକପାଖିଆ ଅନୁପ୍ରବେଶରୁ ସୃଷ୍ଟି ହେଉଛି ସୀମା ବିବାଦ; ପ୍ରସ୍ତାବରେ ରାଜି ହେଲେନି ଚୀନ୍ ପ୍ରତିନିଧି ମଣ୍ଡଳ

112

କନକ ବ୍ୟୁରୋ : ଭାରତ-ଚୀନ୍ କଥାବାର୍ତାରୁ ବାହାରିନି କୌଣସି ନିଷ୍କର୍ସ । ଗତକାଲି ସାଢେ ୮ ଘଂଟା ହୋଇଥିବା ୧୩ ତମ କମାଣ୍ଡରସ୍ତରୀୟ କଥାବାର୍ତା ବିଫଳ ହୋଇଛି । ବୈଠକରେ ଚୀନକୁ କଡା ସନ୍ଦେଶ ଦେଇଛି ଭାରତ । ଭାରତ କହିଛି, ଏଲଏସିରେ ଏପରି ପରିସ୍ଥିତି ଚୀନ୍ ପକ୍ଷରୁ ହୋଇଥିବା ଏକପାଖିଆ ଅନୁପ୍ରବେଶରୁ ସୃଷ୍ଟି ହୋଇଛି । ଯାହାକି ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଉଲ୍ଲଙ୍ଘନ । ଭାରତୀୟ ସେନା ପକ୍ଷରୁ ବୟାନ ଜାରି କରି ଏପରି କୁହାଯାଇଛି ।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ପୂର୍ବ ଲଦାଖ ସେକ୍ଟରରେ ଚାଲିଥିବା ବିବାଦ ଶେଷ କରିବା ନେଇ ଆଲୋଚନା ହୋଇଥିଲା । ଭାରତ ସିଧାସିଧା କହିଥିଲା, ଶାନ୍ତି ବଜାୟ ପାଇଁ ପାଇଁ ଚୀନ୍ ପଛକୁ ହଟିଯାଉ । ହେଲେ ଚୀନ୍ ପ୍ରତିନିଧି ମଣ୍ଡଳ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ଫଳରେ ବୈଠକରୁ କୌଣସି ନିଷ୍କର୍ସ ବାହାରିପାରିନାହିଁ । ଯୋଗାଯୋଗ ରକ୍ଷା କରିବା ଉପରେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଛି ।