କନକ ବ୍ୟୁରୋ : ଦୁଇ ପଡୋଶୀ ଦେଶ ଉପରେ ବର୍ଷିଲେ ଭରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ଅର୍ନ୍ତରାଷ୍ଟ୍ରୀୟ ମଂଚରେ ଉଭୟ ଚୀନ ଓ ପାକିସ୍ତାନକୁ ସମାଲୋଚନା କରିଛନ୍ତି ଜୟଶଙ୍କର । ଭାରତୀୟ ବୈଦେଶିକମନ୍ତ୍ରୀ କହିଛନ୍ତି ଯେ ଚୀନ ଚୁକ୍ତି ଭାଙ୍ଗୁଛି ଓ ଏଲଏସିର ସ୍ଥିତିକୁ ଏକ ପାଖିଆ ପରିବର୍ତନ ପାଇଁ ପ୍ରୟାସ କରୁଛି ।

ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ପୁଣି ଥରେ ଚୀନକୁ ତାର ନୀତି ପାଇଁ ସମାଲୋଚନା କରିଛନ୍ତି । ଚୀନ କୌଣସି ପ୍ରକାର ବୁଝାମଣାକୁ ମାନିବାକୁ ନାରାଜ । ଶାନ୍ତି ସୁରକ୍ଷା ପାଇଁ ନିୟମ ରହିଛି କିନ୍ତୁ ଏହାକୁ ଭାଙ୍ଗିବାରେ ତିଳେ ହେଲେ ପଶ୍ଚାତାପ କରେନି ଚୀନ । ସୀମାରେ ଯେବେ ଯେବେ ବିବାଦ ଦେଖାଦେଇଛି ଏହା ପାଇଁ ଚୀନ କେବଳ ଦାୟୀ ବୋଲି ଜୟଶଙ୍କର ଅର୍ନ୍ତରାଷ୍ଟ୍ରୀୟ ମଂଚରେ କହିଛନ୍ତି । ସେହିଭଳି ପାକିସ୍ତାନ ଉପରେ ବର୍ଷି ଜୟଶଙ୍କର । ଆତଙ୍କବାଦର ଆଡ୍ଡସ୍ଥଳ ପାଲଟିଛି ପାକିସ୍ତାନ । ଖୋଲାଖୋଲି ଭାବେ ଆତଙ୍କକୁ ସମର୍ଥନ କରୁଛି ପାକ । ଏହା ପାଇଁ ସ୍ୱତନ୍ତ୍ର ଶିବିର ଓ ସେନା ପ୍ରସ୍ତୁତ କରି ପାକ ଯୁଦ୍ଧ ରଣନୀତି କରୁଛି ।