ଦେଶର କୋଟି କୋଟି ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର । କେନ୍ଦ୍ରର ମୋଦି ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅନୁସାରେ ନିର୍ମାଣ ଶ୍ରମିକଙ୍କୁ ମାଗଣା ବୀମା ସୁବିଧା, ୬୦ ବର୍ଷ ପରେ ମାସକୁ ୧୦୦୦ ଟଙ୍କା ପେନସନ, ସେମାନଙ୍କ ସନ୍ତାନ ମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଚିକିତ୍ସା ଖର୍ଚ୍ଚ ଭରଣା ଇତ୍ୟାଦି ମିଳିବ । ଏହି ସ୍କିମର ଚିଠା ପ୍ରସ୍ତୁତ ହୋଇଯାଇଛି ଓ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଏଥିପାଇଁ ସର୍ବସାଧାରଣଙ୍କ ମତାମତ ଆହ୍ଵାନ କରିଛି । ମେ ୨୧ ତାରିଖ ସୁଦ୍ଧା ଲୋକମାନେ ଏ ସଂପର୍କରେ ନିଜର ମତାମତ ଦେଇପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ସଂଗ୍ରହ କରୁଥିବା ସେସ୍ ମାଧ୍ୟମରେ ଗଠିତ ପାଣ୍ଠିରୁ ଏହି ସ୍କିମର ଖର୍ଚ୍ଚ ଭରଣା କରାଯିବ । ଏବେ ଏହି ପାଣ୍ଠିରେ ୪୨ ହଜାର କୋଟି ଟଙ୍କା ରହିଛି । ଏଥିରୁ ପ୍ରାୟ ୧୨ ହଜାର କୋଟି ବ୍ୟୟ ହୋଇସାରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ସ୍କିମ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଦ୍ୱାରା ଦେଶର କୋଟି କୋଟି ନିର୍ମାଣ ଶ୍ରମିକ ଉପକୃତ ହୋଇପାରିବେ ।