ବାହାର ଶ୍ରମିକଙ୍କୁ ଭୁବନେଶ୍ୱର ମନା: ଜୁଲାଇ ୩୧ ଯାଏଁ ବାହାର ରାଜ୍ୟରୁ ଶ୍ରମିକ ନଆଣିବାକୁ ବିଏମସିର ନିର୍ଦ୍ଦେଶ; ହସ୍ପିଟାଲମାନଙ୍କ ପାଇଁ ନୂଆ ଆଡ଼ଭାଇଜରି, ହଟସ୍ପଟ ଅଞ୍ଚଳରୁ ଆସିଲେ ରୋଗୀଙ୍କୁ ଅଧିକ ଧ୍ୟାନ ଦିଆଯିବ

Advertisment
ବାହାର ଶ୍ରମିକଙ୍କୁ ଭୁବନେଶ୍ୱର ମନା: ଜୁଲାଇ ୩୧ ଯାଏଁ ବାହାର ରାଜ୍ୟରୁ ଶ୍ରମିକ ନଆଣିବାକୁ ବିଏମସିର ନିର୍ଦ୍ଦେଶ; ହସ୍ପିଟାଲମାନଙ୍କ ପାଇଁ ନୂଆ ଆଡ଼ଭାଇଜରି, ହଟସ୍ପଟ ଅଞ୍ଚଳରୁ ଆସିଲେ ରୋଗୀଙ୍କୁ ଅଧିକ ଧ୍ୟାନ ଦିଆଯିବ

କନକ ବ୍ୟୁରୋ: ରାଜଧାନୀରେ କରୋନା ସଂକ୍ରମଣ ରୋକିବା ପାଇଁ ଭୁବନେଶ୍ୱର ମହାନଗର ନିଗମର ଚରମ ପଦକ୍ଷେପ । ଆସନ୍ତା ତଥା ଜୁଲାଇ ୩୧ ତାରିଖ ଯାଏଁ ଭୁବନେଶ୍ୱରରେ ବାହାର ରାଜ୍ୟର ଶ୍ରମିକଙ୍କ ଉପରେ ଲାଗିଲା କଟକଣା । କରୋନା ମହାମାରୀକୁ ନଜରରେ ରଖି ରାଜଧାନୀର କୌଣସି ବି ଶିଳ୍ପାଂଚଳ କିମ୍ବା କାରଖାନାରେ ବାହାର ରାଜ୍ୟର ଶ୍ରମିକଙ୍କ ପ୍ରବେଶ ନିଷେଧ କରିଛି ବିଏମସି । ଭୁନେଶ୍ୱରର କୌଣସି ବି ଶିଳ୍ପ ସଂସ୍ଥା କାମ ପାଇଁ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣିପାରିବେ ନାହିଁ । ତେବେ ଯଦି ପୂର୍ବରୁ କେହି ଆସିସାରିଛନ୍ତି ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବରେ ପ୍ରଥମେ ୧୪ ଦିନିଆ କ୍ୱାରେଂଟିନରେ ରଖାଯିବ ଆଉ କ୍ୱାରେଂଟିନ ଅବଧି ସରିବା ପରେ ଯାଇ ସେମାନେ କାମରେ ଯୋଗ ଦେଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଏଥିସହିତ ରାଜ୍ୟରେ ଅନେକ ପ୍ରବାସୀ ଶ୍ରମିକ କାମଧନ୍ଦା ହରାଇ ରୋଜଗାର ଶୂନ୍ୟ ହୋଇପଡିଛନ୍ତି ତେଣୁ ସେମାନଙ୍କୁ ଏହି କାମରେ ନିୟୋଜିତ କରିବାକୁ ବିଭିନ୍ ଶିଳ୍ପସଂସ୍ଥାର ମାଲିକମାନଙ୍କୁ ନିବେଦନ କରିଛନ୍ତି ବିଏମସି କମିଶନର ।

publive-image

ଏହାଛଡା ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ମେଡିକାଲମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି କରିଛି ବିଏମସି । ତେବେ ରାଜ୍ୟର ବିଭିନ୍ନ ହଟସ୍ପଟ ଅଂଚଳରୁ ମେଡିକାଲକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କଠାରେ କରୋନା ଭୁତାଣୁ ବହୁ ସଂଖ୍ୟକ ଚିହ୍ନଟ ହେଉଛି । ତେଣୁ କୌଣସି ମେଡିକାଲକୁ ଯଦି ହଟସ୍ପଟ ଅଂଚଳରୁ କେହି ରୋଗୀ ଆସୁଛନ୍ତି ତେବେ ସେମାନଙ୍କୁ ଏଂଟ୍ରି ପଏଂଟରେ ହିଁ ତାଙ୍କୁ ଅଲଗା ସିଷ୍ଟମ ଦେବୋ ଯଦି ତାଙ୍କଠାରେ କରୋନା ଲକ୍ଷଣ ଦେଖାଦେଉଛି ତେବେ ପରୀକ୍ଷା ପରେ ତାଙ୍କୁ ଆଲାଉଡ କରିବେ ନାହିଁ । ତାଙ୍କର ପୂରା ତଥ୍ୟ ରଖିବେ, ଯଦି ତାଙ୍କ ପାଖରେ ଆଇସୋଲେନସର ଫାସଲିଟି ରହିଛି ତେବେ ତାଙ୍କୁ ଆଇସୋଲେସନରେ ରହିବାକୁ କହିବେ ଏବଂ ଯଦି ତାଙ୍କ ଘରେ ଏଭଳି ସୁବିଧା କିଛି ନାହିଁ ତେବେ ହସପିଟାଲର ପୂରା ଦାୟିତ୍ୱ ରହିବ କି ବିଏମସିର ନୋଡାଲ ଅଫିସରଙ୍କ ସହ ଯୋଗାଯୋଗ କରି ତାଙ୍କୁ ଇନଷ୍ଟିଚ୍ୟୁସନାଲ କ୍ୱାରେଂଟିନରେ ପଠାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe