କୁହନ୍ତି ସଫଳତାର ନିଶା ଯାହାକୁ ଥରେ ଲାଗିବ ତା ଆଗରେ ଭୟ ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟ ନତଜାନୁ ହେବ । ବନ୍ଦ ଆଖିର ସ୍ୱପ୍ନ ସିନା ବିଛଣା ଛାଡିଲେ ମଳିନ ପଡିଯାଏ କିନ୍ତୁ ନିବୁଜ ଆଖିର ସ୍ୱପ୍ନ ଆଖିରୁ ନିଦ ହଜାଇଦିଏ । ଏଭଳି ପ୍ରତିକୂଳ ପରିସ୍ଥିତିର ସିଢି ଚଢି ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇଥିବା ଜଣେ ଝିଅ ହେଉଛନ୍ତି ରାଶୀ । ଯିଏ ଦେଶର ସବୁଠାରୁ ଜଟିଳ ନିଟ୍ ପରୀକ୍ଷାକୁ ପାସ୍ କରି ଲେଡି ହାର୍ଡିଙ୍ଗ୍ ମେଡିକାଲ୍ କଲେଜ୍ ରେ ନାମ ଲେଖାଇବାରେ ସଫଳ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କିଭଳି ଥିଲା ରାଶି ଏବଂ ତାଙ୍କ ସଂଘର୍ଷମୟ ସଫଳତାର କାହାଣୀ ।
୧୯ ବର୍ଷୀୟା ରାଶି ଏକ ଗରିବ ପରିବାରରୁ ଆସିିଛନ୍ତି । ପିତା ପେସାରେ ଜଣେ ଶ୍ରମିକ ଏବଂ ମୁଲ ଲାଗି ସେ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ । ରାଶି ଜୟଭୀମ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନାରେ ମେଡିକାଲ୍ ପରୀକ୍ଷାର କୋଚିଙ୍ଗ୍ ନେଇଥିଲେ । ଯେଉଁଥିରେ ସେ ନିଟ୍ ପରୀକ୍ଷା ପାସ୍ କରିଛନ୍ତି । ଗତବର୍ଷ ସେ ଏହି କୋଚିଙ୍ଗ୍ ସେଣ୍ଟରରେ ନାଁ ଲେଖାଇଥିଲେ । ଆପଣଙ୍କୁ କହିରଖୁଛୁ ଅନୁସୁଚିତ ଜାତିର ଛାତ୍ରଛାତ୍ରୀଙ୍କୁ ନିଟ୍ ସହ ରାଷ୍ଟ୍ରୀୟ ସ୍ତରର ପରୀକ୍ଷା ପାଇଁ ଜୟଭୀମ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନା ମାଧ୍ୟମରେ ନିଃଶୁଳ୍କ ଶିକ୍ଷାଦାନ ଦିଆଯାଉଛି । ରାଶି ଏହି କଲେଜରେ ଏମବିବିଏସ୍ କୋର୍ସରେ ନାମ ପଞ୍ଜୀକରଣ କରାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ , ରାଶି ସମାଜର ସେବା କରିବାକୁ ଚାହାଁନ୍ତି । ନିଟ୍ ପରୀକ୍ଷା ପାଇଁ ମାତ୍ର ଦ୍ୱିତୀୟ ପ୍ରୟାସରେ ହିଁ ରାଶି ସଫଳତା ପୂର୍ବକ ବାଜିମାତ୍ କରିଥିଲେ ।
ରାଶୀଙ୍କ ଘର କହିଲେ ମାତ୍ର ଗୋଟିଏ କୋଠରୀ । ବାପା ଅଖିଲେଶଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳେ । ଦୈନିକ ୩୦୦ ଟଙ୍କା ରୋଜଗାର କରୁଥିବା ରାଶୀଙ୍କ ବାପା କୁହନ୍ତି , ମୋ ସାନ ଝିଅ ରିତୁ (୧୮) ଜୟଭୀମ ମୁଖ୍ୟମନ୍ତ୍ରୀ ପ୍ରତିଭା ବିକାଶ ଯୋଜନା ମାଧ୍ୟମରେ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ଏବଂ ପୁଅ ଆଇଆଇଟିରେ ପଢିବାକୁ ଚେଷ୍ଟା କରୁଛି । ମୋର ଅନ୍ୟ ସନ୍ତାନମାନେ ମଧ୍ୟ ରାଶି ଭଳି ନିଜ ଲକ୍ଷ୍ୟ ପୁରଣ କରନ୍ତୁୁ ବୋଲି ଆଶା ରଖୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/08/zd.png)
/kanak/media/post_attachments/wp-content/uploads/2019/08/2_082919104131-300x169.jpg)
/kanak/media/post_attachments/wp-content/uploads/2019/08/q-300x295.png)