ବଂଚିରହିଛି ମାନବିକତା ! ମୃତ ଦିନମଜୁରିଆଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ପାଖରେ ନଥିଲା ଟଙ୍କା, ଦେବଦୂତ ସାଜିଲା ଇଣ୍ଟରନେଟ୍

33

ମାଟିତଳେ ପାଇପ୍ ଲାଇନ୍ ବିଛାଇବା ବେଳେ ଜଣେ ଦିନ ମଜୁରିଆଙ୍କ ହେଲା ମୃତ୍ୟୁ । ତାଙ୍କ ସ୍ତ୍ରୀ ଓ ପିଲାଛୁଆଙ୍କ ପାଇଁ ଲୋକେ ଦେଉଛନ୍ତି ଟଙ୍କା ।

ସୂଚନାଯୋଗ୍ୟ, ଦିଲ୍ଲୀର ୩୭ ବର୍ଷୀୟ ଅନିଲ ଡାବରୀ ଷ୍ଟେସନର ବାସିନ୍ଦା । ସେ ଦିନ ମଜୁରିଆ ଥିଲେ । ସେହି ଅଂଚଳରେ ଜଳ ବୋର୍ଡର ସ୍ୱେରେଜ୍ ଲାଇନ୍ ବିଛାଇବାର କାମ ଚାଲୁଥିଲା । ସେହି ଅଂଚଳର ସତବୀର କାଲିୟା ନାମକ ବ୍ୟକ୍ତି ନିଜର ତିନି ମହଲା ବିଶିଷ୍ଟ ଘରର ସ୍ୱେରେଜ୍ ଲାଇନ୍ ଲୁଚିଛପି ଏହି ସରକାରୀ ସ୍ୱେରେଜ୍ ଲାଇନରେ ଯୋଡିବାକୁ ଚାହୁଁଥିଲେ । ସନ୍ଧ୍ୟାରେ ଅନ୍ଧକାର ଆସିବା ପରେ ସେ ଦିନ ମଜୁରିଆ ଅନିଲକୁ ଡାକି ଏହି କାମ କରିବାକୁ କହିଲା । ଅନିଲଙ୍କୁ ଅଣ୍ଟାରେ ଦଉଡି ବାନ୍ଧି ୨୦ ଫୁଟ୍ ଗଭୀର ସ୍ୱେରେଜକୁ ଓହ୍ଲାଇବାର ଥିଲା । କିନ୍ତୁ ସତବୀର ଏକ ଦୁର୍ବଳ ଦଉଡିର ପ୍ରବନ୍ଧନ କରିଥିଲେ, ଯାହାକୁ ବାନ୍ଧି ଅନିଲ ସ୍ୱେରେଜ୍ ଭିତରକୁ ଓହ୍ଲାଇଥିଲେ ଓ ତାହା ଥରକରେ ଛିଣ୍ଡିଯାଇଥିଲା ଓ ଅନିଲ ତା’ ଭିତରେ ରହିଯାଇଥିଲେ । ପାଖାପାଖି ଦେଢ଼ ଘଣ୍ଟା ପରେ ତାଙ୍କର ଶବ ବାହାରକୁ ଆସିଲା । ତାଙ୍କ ପରିବାରରେ ତାଙ୍କ ପତ୍ନୀ ରାନୀ ଓ ତିନି ଛୋଟ ଛୋଟ ପିଲା ଅଛନ୍ତି । ହେଲେ ପତିଙ୍କ ଶବଦାହ କରିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ପଡୋଶୀମାନେ ଟଙ୍କା ଯୋଗାଡ କରି ତାଙ୍କର ସହାୟତା କଲେ ।

ସତବୀରଙ୍କୁ ଦଉଡି କିଣିବା ମହଙ୍ଗା ଲାଗିଲା ଓ ଅନିଲଙ୍କ ଜୀବନ ଶସ୍ତା । ଗୋଟିଏ ଦଉଡି ପାଇଁ ଅନିଲଙ୍କ ଜୀବନ ଗଲା । ଅନିଲଙ୍କ ମୃତ୍ୟୁର ୬ ଦିନ ପୂର୍ବରୁ ରାନୀ ଓ ଅନିଲଙ୍କ ୪ମାସର ଶିଶୁପୁତ୍ରର ନିମୋନିୟାରେ ମୃତ୍ୟୁ ହୋଇଯାଇଥିଲା । ଏବେ ଇଣ୍ଟରନେଟ୍ ରେ ଲୋକ ଅନିଲଙ୍କ ପରିବାର ପାଇଁ ଟଙ୍କା ଜାମା କରାଉଛନ୍ତି । ଙ୍ଗଙ୍ଗଙ୍ଗ.ଳରଗ୍ଧଗ୍ଧକ୍ଟ.କ୍ଟକ୍ସଶ ରେ ରାନୀ ଓ ତାଙ୍କ ପିଲାଙ୍କ ପାଇଁ ୨୬ ଲକ୍ଷରୁ ଅଧିକ ଫଣ୍ଡ ଜମା କରାଗଲାଣି । ଏହି ଟଙ୍କା ଜମା କରିବା ଅଭିଯାନ ଆହୁରି ୧୫ ଦିନ ଚାଲିବ ।