କନକ ବ୍ୟୁରୋ: ଭାରତୀୟ ଲୋକତନ୍ତ୍ର ବ୍ୟବସ୍ଥା ଖୁବସୁନ୍ଦର । ଏଠାରେ ରାଜା ହୁଅନ୍ତୁ ବା ପ୍ରଜା ସମସ୍ତଙ୍କ ପାଖରେ ଦେଶ ଚଳାଇବାର କ୍ଷମତା ରହିପାରିବ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାର ପଞ୍ଚାୟତ ନିର୍ବାଚନରେ । ଏଠାରେ ଜଣେ ଦିନ ମଜୁରିଆ ମହିଳା ଗାଁ ମୁଖିଆ ଭାବେ ନିର୍ବାଚିତ ହୋଇଛନ୍ତି । ୫ ଜଣ ପ୍ରତିଦ୍ୱନ୍ଦ୍ୱିଙ୍କୁ ସେ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବିହାରର ସହୋଡା ପଞ୍ଚାୟତର ରେଖାଦେବୀ ଇଟା ଭାଟିରେ କାମ କରନ୍ତି । ସେ କାମ କଲେ ତାଙ୍କ ଘରେ ଚୁଲି ଜଳେ । ଗରିବିକୁ ଅତି ନିକଟରୁ ଦେଖିଥିବା ରେଖା ଦେବୀ ଏବେ ସେହି ଗରିବଙ୍କ ସେବା କରିବାକୁ ଯାଉଛନ୍ତି । ଗରିବ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବେ ବୋଲି ସେ କହିଛନ୍ତି । ତାଙ୍କ ଭିତରେ ପଞ୍ଚାୟତ ସେବାର ମନୋବଳ ମଧ୍ୟ ରହିଛି ।
ରେଖା ଦେବୀଙ୍କ ଗାଁକୁ ଯିବାକୁ ପକ୍କା ରାସ୍ତା ମଧ୍ୟ ନାହିଁ, ତେଣୁ ତାଙ୍କ ଗାଁର ଉନ୍ନତି ପାଇଁ ସେ ପକ୍କା ରାସ୍ତା ଉପରେ ମଧ୍ୟ ଗୁରୁତ୍ୱ ଦେବେ । ଏହା ସହ ସମସ୍ତଙ୍କ ପାଇଁ ପକ୍କା ଘର ନିର୍ମାଣ ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।
ସହୋଡା ପଞ୍ଚାୟତର ମୁଖିଆ ରେଖାଦେବୀ ୫ ଜଣ ପ୍ରତିଦ୍ୱନ୍ଦିଙ୍କୁ ପରାସ୍ତ କରିଛନ୍ତି । ରେଖାଦେବୀ ୧୬୧୨ ଭୋଟ ହାସଲ କରିଛନ୍ତି । ସେହିପରି ନିଜ ନିକଟତମ ପ୍ରତିଦ୍ୱନ୍ଦିଙ୍କୁ ୪୩୭ ଭୋଟଚରେ ପରାସ୍ତ କରିଛନ୍ତି । ତାଙ୍କ ବିଜୟ ପରେ ତାଙ୍କ ସମର୍ଥକମାନେ ସେଠାରେ ଖୁସି ମନାଇଛନ୍ତି ।