ସ୍ୱାଭିମାନ ଅଂଚଳରେ ଶ୍ରମିକଙ୍କୁ କାମ ଯୋଗାଉଛି ଜିଲ୍ଲା ପ୍ରଶାସନ: ମନେରଗା ଯୋଜନାରେ କୁଅ,ପୋଖରୀ ଓ ଜଳାଶୟ ଖୋଳିବା କାମରେ କରାଯାଉଛି ନିୟୋଜନ

ଲକଡାଉନ ଯୋଗୁ କାମ ଧନ୍ଧା ନପାଇ ଘରେ ବସିଥିଲେ ଶ୍ରମିକ

337

କନକ ବ୍ୟୁରୋ: ଆଜି ମେ ଡେ ବା ଶ୍ରମିକ ଦିବସ । ସାରା ଦେଶରେ ଲକ ଡାଉନ ଯୋଗୁ ଶ୍ରମିକମାନେ କାମ ଧନ୍ଧା ନ ପାଇ ଭୋକ ଉପାସରେ ଦିନ କାଟୁ ଥିବା ବେଳେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ଶ୍ରମିକମାନଙ୍କୁ ନରେଗା ଯୋଜନା କାମ ଯୋଗାଇବା ଲାଗି ଆଗେଇ ଆସିଛି ଜିଲ୍ଲା ପ୍ରଶାସନ । ବିଶେଷ କରି ସ୍ୱାଭିମାନ ଅଂଚଳରେ ସମସ୍ତ ରାସ୍ତା ନିର୍ମାଣ କାମ ବନ୍ଦ ଥିବା ବେଳେ ମନରେଗା ଯୋଜନାରେ କୁଅଁ, ପୋଖରି ଓ ଜଳାଶୟ ଖୋଳିବା ଦିଗରେ ଗୁରୁତ୍ୱ ଦେଇଛି ପ୍ରଶାସନ ।

ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ବାଳ ମୁକୁନ୍ଦ ଭୁଇଁୟା ଓ ଚିତ୍ରକୋଣ୍ଡା ବିଡିଓ ଏହି ନରେଗା କାମ ଗୁଡିକ ତଦାରଖ କରୁଛନ୍ତି । ଲକ ଡାଉନ ପରେ ସମଗ୍ର ମାଲାକାନଗିରି ଜିଲ୍ଲାରେ ପ୍ରାୟ ୭୬ ହଜାର କାର୍ଯ୍ୟ ଦିବସ ସୃଷ୍ଟି କରା ଯାଇ ପ୍ରାୟ ଦେଢ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତା ରେ ଜମା କରାଯାଇଛି । ଏଥିରେ ପ୍ରାୟ ୧୬ ହଜାର ଶ୍ରମିକ ନିୟୋଜିତ ହୋଇ ଥିବା ବେଳେ ୨୦୦୦ ରୁ ଅଧିକ ପ୍ରକଳ୍ପ ହାତକୁ ନିଆ ଯାଇଛି ।