ଶୁଖିଲା ନଦୀରେ ପୋଲ ତିଆରି କରୁଥିଲେ ଶ୍ରମିକ , ଅଚାନକ ଆସିଲା ପାଣିର ପ୍ରଖର ସ୍ରୋତ ଆଉ ତା ପରେ .... ଦେଖନ୍ତୁ ଭିଡିଓ

ଶୁଖିଲା ନଦୀରେ ପୋଲ ତିଆରି କରୁଥିଲେ ଶ୍ରମିକ , ଅଚାନକ ଆସିଲା ପାଣିର ପ୍ରଖର ସ୍ରୋତ ଆଉ ତା ପରେ .... ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଭିଡିଓ ସାମ୍ନାକୁ ଆସିଛି । ଏଠାକାର ବୁରହାନପୁରରେ ଏକ ଶୁଖିଲା ନଦୀରେ କିଛି ଦିନ ଧରି ପୋଲ ତିଆରି କାମ ଚାଲୁଥିଲା । ତେବେ ପୋଲ କାମ ଚାଲିଥିବା ସମୟରେ ହଠାତ୍ କେଉଁ ଆଡୁ ପାଣି ଶୁଖିଲା ନଦୀରେ ଜମିବାରେ ଲାଗିଥିଲା । ତେବେ ପୋଲ କାମ କରୁଥିବା ଶ୍ରମିକ ପାଣିର ପ୍ରଖର ସ୍ରୋତରେ ଫସିଗଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ ପୋଲ ନିର୍ମାଣ କାମ ପାଇଁ ୭ ଜଣ ଶ୍ରମିକ ଲାଗିଥିଲେ ।

ଏଥିମଧ୍ୟରେ ପାଣିର ସ୍ରୋତ ଆସିବାକୁ ଲାଗିଲା ଏବଂ ସବୁ ଶ୍ରମିକ ପାଣି ଘେରରେ ଫସିଗଲେ । ଏହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ୍ ହେଉଛି ଯେଉଁଥିରେ ଶ୍ରମିକମାନେ ନଦୀରେ ଫସିଥିବା ଦେଖାଦେଉଛି । କିନ୍ତୁ ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe