ଗାଁ ପାଇଁ ଗୌରବ ପିଙ୍କି ତିର୍କି...ରେଲୱେ ସାଇଡିଂର ଶ୍ରମିକରୁ ସିଧା କ୍ରିକେଟ ପଡିଆ..ଝାଡଖଣ୍ଡ ମହିଳା କ୍ରିକେଟ ଟିମର ଅଣ୍ଡର-୨୩ରେ ବ୍ୟାଟସମ୍ୟାନ ଭାବେ ସାମିଲ ହେଲେ କେନ୍ଦୁଝରର ସୁନା ଝିଅ

Advertisment
ଗାଁ ପାଇଁ ଗୌରବ ପିଙ୍କି ତିର୍କି...ରେଲୱେ ସାଇଡିଂର ଶ୍ରମିକରୁ ସିଧା କ୍ରିକେଟ ପଡିଆ..ଝାଡଖଣ୍ଡ ମହିଳା କ୍ରିକେଟ ଟିମର ଅଣ୍ଡର-୨୩ରେ ବ୍ୟାଟସମ୍ୟାନ ଭାବେ ସାମିଲ ହେଲେ କେନ୍ଦୁଝରର ସୁନା ଝିଅ

କନକ ବ୍ୟୁରୋ: ରେଲୱେ ସାଇଡିଂର ଶ୍ରମିକରୁ କ୍ରିକେଟ ପଡ଼ିଆରେ ବ୍ୟାଟସମ୍ୟାନ। ଏମିତି ଜଣେ ଅସାଧରଣ ଝିଅ ହେଉଛନ୍ତି ପିଙ୍କି ତିର୍କି। କେନ୍ଦୁଝର ବଲାଣି ବସ୍ତିରେ ରହି ରେଲୱେ ସାଇଡିଂରେ ଶ୍ରମିକ ଭାବେ କାମ କରି ପରିବାର ପୋଷୁଥିବା ପିଙ୍କି ତିର୍କି ଝାଡ଼ଖଣ୍ଡ ମହିଳା କ୍ରିକେଟ ଟିମର ଅଣ୍ଡର-୨୩ରେ ବ୍ୟାଟସମ୍ୟାନ ଭାବେ ସାମିଲ ହୋଇଛନ୍ତି।

publive-image

କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବଲାଣି ବସ୍ତିରେ ରୁହନ୍ତି ପିଙ୍କି ତିର୍କି। ବୟସ ୨୦। ଭାଇ ଭଉଣୀ ମିଶି ୭ ଜଣ। ବାପା ଧୁଚୁ ତିର୍କି ୨ ବର୍ଷର ଊର୍ଦ୍ଧ୍ବ ହେଲାଣି ଆର ପାରିରେ। ଦୁଇ ବର୍ଷ ତଳେ ବାପାଙ୍କ ମୃତ୍ୟୁ ପରେ ଘରର ସଂପୂର୍ଣ୍ଣ ବୋଝ ପଡ଼ିଥିଲା ପିଙ୍କିଙ୍କ ଉପରେ। ପିଙ୍କି ବଲାଣି ରେଲୱେ ସାଇଡିଂରେ ଶ୍ରମିକ ଭାବେ କାମ କରିବା ଆରମ୍ଭ କରିଥିଲେ। ଏଠାରେ ସବୁଦିନେ କାମ ମିଳେ ନାହିଁ। ମାସକୁ ମାତ୍ର ୨ ହଜାର ଆୟ କରୁଥିବା ପିଙ୍କିଙ୍କର କିନ୍ତୁ କ୍ରିକେଟ ଖେଳିବାରେ ବେଶ୍ ରୁଚି ଥିଲା। ୨୦୧୨ ରୁ କୋଚ୍ ଅମରେନ୍ଦ୍ର ମହାନ୍ତିଙ୍କ ପାଖରେ କ୍ରିକେଟ ଶିଖିବା ପରେ ୨୦୧୫ ରେ ଝାଡ଼ଖଣ୍ଡ ମହିଳା କ୍ରିକେଟ ଟିମର ଅଣ୍ଡର-୧୯ରେ ଖେଳିବାକୁ ସୁଯୋଗ ପାଇଥିଲେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

publive-image

୨୦୧୫-୨୦୧୭ ମସିହା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ଅଣ୍ଡର-୧୯ରେ ବ୍ୟାଟସମ୍ୟାନ ଥିବା ପିଙ୍କି ପରବର୍ତ୍ତୀ ସମୟରେ ୨୦୧୭-୧୮ରେ ଅଣ୍ଡର-୨୩ ଟିମ୍ରେ ସ୍ଥାନ ପାଇଥିଲେ। ଇତିମଧ୍ୟରେ ସେ ଅନ୍ତଃରାଜ୍ୟ ମ୍ୟାଚଠାରୁ ଆରମ୍ଭ କରି ରାଜ୍ୟ ମ୍ୟାଚ ପାଖାପାଖି ୨୫ଟି ଖେଳି ସାରିଲେଣି। ରେଲୱେ ସାଇଡିଂରେ କାମ କରୁଥିବା ଜଣେ ବାପଛେଉଣ୍ଡ ଝିଅ ଯେ ସଂଘର୍ଷ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ବାରା ସଫଳତା ଅର୍ଜନ କରି ପାରନ୍ତି ତାହାର ବିରଳ ଉଦାହରଣ ହେଉଛନ୍ତି ପିଙ୍କି ତିର୍କି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe